August 26, 2026

ପାରଳାଖେମୁଣ୍ଡି ମହିଳା ସ୍ନାତକ ମହା ବିଦ୍ୟାଳୟରେ ଇତିହାସ ବିଭାଗ ତରଫରୁ ପାଠଚକ୍ର ଅନୁଷ୍ଠିତ

IMG-20230217-WA0020
Share

 

 

ପାରଳାଖେମୁଣ୍ଡି:୧୭/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ଦ୍ୱିତୀୟ ବାର୍ଷିକ ଛାତ୍ରୀ ମାନଙ୍କ ତରଫରୁ ଏକ ପାଠ ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ଆଲୋଚନାରେ ଅଧ୍ୟକ୍ଷ। ଡକ୍ଟର ରୀନା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ସୀମାଞ୍ଚଳ ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ମୋ ଓଡ଼ିଆ ସଙ୍ଗୀତ ପରିବେଷଣ କରିବା ପରେ ବିଭାଗୀୟ ମୁଖ୍ୟ ଡକ୍ଟର ଭାରତୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରି ପାଠ ଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ସୁଶ୍ରୀ ମନାଲିସା ଚରତି ଏବଂ ଦୀପ୍ତି ଗୋମାଙ୍ଗ ଭାରତୀୟ ସମାଜ ଓ ସଂସ୍କୃତି ଉପରେ ବୌଦ୍ଧ ଧର୍ମର ପ୍ରଭାବ ସମ୍ପର୍କିୟ ସ୍ୱଲିଖିତ ସନ୍ଦର୍ଭ ପାଠ କରିଥିଲେ।ମୁଖ୍ୟବକ୍ତା ଶ୍ରୀଯୁକ୍ତ ପାତ୍ର ମଧ୍ୟ ଉପରୋକ୍ତ ବିଷୟବସ୍ତୁ ସମ୍ପର୍କରେ ନିଜସ୍ଵ ଅଭିମତ ରଖି ଛାତ୍ରୀମାନଙ୍କୁ ପ୍ରଶ୍ନୋତ୍ତର ମାଧ୍ୟମରେ ତଥ୍ୟ ପ୍ରଦାନ କରିଥିଲେ।ସେହି ଭଳି ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ମଧ୍ୟ ଛାତ୍ରୀମାନଙ୍କ ଉଚ୍ଚ ପ୍ରଶଂସା କରିବା ସହ ଏଭଳି ରୀତିମତ ଭାବେ ପାଠ ଚକ୍ର ଆୟୋଜନ କରିବା ଦ୍ବାରା ଛାତ୍ରୀ ମାନଙ୍କର ଜ୍ଞାନର ବିକାଶ ହେବା ସହ ଶିକ୍ଷାର ମାନ ଦଣ୍ଡ ବୃଦ୍ଧି ହେବ ବୋଲି କହିଥିଲେ।ଶେଷରେ ରଞ୍ଜିତା ବଡ଼ ମୁଣ୍ଡି ଏବଂ ମୋନାଲିସ ଚରତି ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମରେ ଯୁକ୍ତ ତିନି ଇତିହାସ ବିଭାଗର ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ ଏବଂ ତୃତୀୟ ବର୍ଷ ର ସମସ୍ତ ଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

You may have missed