November 14, 2024

କେନ୍ଦ୍ରର ଧାନକିଣା ଓ ଚାଉଳ କାଟ ନୀତିକୁ ବିଜେଡିର ପ୍ରତିବାଦ

Share

ବୁଗୁଡ଼ା : ତା ୧୬/୦୨/୨୩ : କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟରୁ ଧାନକିଣାରେ କାଟ ଓ ଚାଉଳ କାଟ ନୀତି ବିରୁଦ୍ଧରେ ବିଜେଡି ପକ୍ଷରୁ ଆଜି ବୁଗୁଡ଼ା ଏନଏସି ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା , ମହିଳା ସଭାନେତ୍ରୀ ମନ୍ଦାକିନୀ ସାହୁ , ଯୁବ ସଭାପତି କେଶବ ସାହୁ, ଛାତ୍ର ସଭାପତି ହରପ୍ରସାଦ ମହାପାତ୍ର, ସାଂସଦ ପ୍ରତିନିଧି ବସନ୍ତ ଦଳେଇଙ୍କ ସମେତ କାଉନସିଲର ଓ କର୍ମୀମାନେ ପ୍ରତିବାଦ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ସମେତ ବିଜେଡିର ସମିତି ସଭ୍ୟ, ସରପଞ୍ଚ ଓ କର୍ମୀମାନେ ପ୍ରତିବାଦ ପୂର୍ବକ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ବାସୁଦେବ ନାୟକଙ୍କୁ ପ୍ରଦାନ କରିଥିଲେ । ଉଭୟ ସ୍ଥଳରେ ପ୍ରତିବାଦ ଶାନ୍ତିପୂର୍ଣ୍ଣ ରହିଥିଲା ।