କୁଜଙ୍ଗ ଲୋକ ମହୋତ୍ସବ ଷଷ୍ଠ ସଂଧ୍ୟାରେ ଅନୁଭନ ମହାନ୍ତି…..
କୁଜଙ୍ଗ,ଜଗତସିଂହପୁର ଜିଲ୍ଲା ଅଧିନ କୁଜଙ୍ଗ ବନବିହାରୀ ହାଇସ୍କୁଲ ପଡ଼ିଆରେ ଜମୁଛି କୁଜଙ୍ଗ ଲୋକ ମହୋତ୍ସବ। ଏହି ମହୋତ୍ସବରେ ବିଭିନ୍ନ ପ୍ରକାର ଦୋକାନ ବଜାର ସହ ଛୋଟରୁ ବଡ ପର୍ଯ୍ୟନ୍ତ ଦୋଳି ଲାଗିଥିବା ବେଳେ ଏହାକୁ ଦେଖିବା ଲାଗି ବିଭିନ୍ନ କୋଣ ଅନୁକୋଣ ରୁ ଲୋକଙ୍କ ଭିଡ ଦେଖିବକୁ ମିଳୁଛି। ସମ୍ବଲପୁରୀ ନୃତ୍ୟ ଛୋଟ ଛୋଟ ପିଲାଙ୍କୁ ନେଇ ସଂସ୍କୃତିକ ସହ ରଙ୍ଗା ରଙ୍ଗର କାର୍ଯ୍ୟକ୍ରମ ମନ ମୋହୁଛି ।କୁଜଙ୍ଗ ର ଜଣା ଶୁଣା ସଂଘଠନ ଫ୍ରେଣ୍ଡସିପ୍ ଫର୍ ଏଭର୍ ପକ୍ଷେରୁ ମାଗଣା ବିଶୁଦ୍ଧ ପାନୀୟ ଜଳ ଦିଆଯାଉଥିବା ଷ୍ଟଲ ରେ ଲୋକଙ୍କଭିଡ ଦେଖାଇବାକୁ ମିଳୁଛି।ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଯୋଗଦେଇ ଦର୍ଶକ ମାନେ ଚାହୁଥିବା ପର୍ଯ୍ୟନ୍ତ ମୁଁ ଅଭିନୟ କରିବି। ଦର୍ଶକ ଙ୍କ ଅନୁରୋଧ କ୍ରମେ ସେ ତାଙ୍କର କିଛି ଲୋକପ୍ରିୟ ଚଳଚିତ୍ର ର ସଂଳାପ କରିଥିବା ବେଳେ ଅନୁଭବ ଙ୍କୁ ଦେଖିବା ତାଙ୍କ ମୁହରୁ ଦୁଇ ପଦ କଥା ଶୁଣିବା ପାଇଁ ପାଇଁ ମହୋତ୍ସବ ରେ ଲୋକଙ୍କ ଭିଡ ଜମିଥିଲା। ମୁଖ୍ୟ ବକ୍ତା ଭାବେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଯୋଗଦେଇ କୁଜଙ୍ଗ ବାସୀଙ୍କ କଳା ପ୍ରତି ଥିବା ଆଦରକୁ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ସୁଢ଼ଳ ସ୍ଵାଇଁ, କୁଜଙ୍ଗ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜ୍ଞାନଜିତ୍ ସ୍ଵାଇଁ କୁଜଙ୍ଗ ଲୋକ ମହୋତ୍ସବ କମିଟି ସଂଗଠନ ସମ୍ପାଦକ ତଥା କୁଜଙ୍ଗ ପ୍ରେସକ୍ଳବ୍ ର ସଭାପତି ରଘୁନାଥ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ।