November 23, 2024

ବେଳାଭୂମି ସାହିତ୍ୟ ସଂସଦ ର କାର୍ଯ୍ୟକାରୀ ବୈଠକ

Share

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପିରଜାହାନିଆଁ ବେଳାଭୂମିରେ ଅବସ୍ଥିତ , ଓଡ଼ିଶାର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ,ବେଳାଭୂମି ସାହିତ୍ୟ ସଂସଦ ର ଏକ କାର୍ଯ୍ୟକାରୀ କମିଟିର ବୈଠକ ବୁଧବାର ଦିନ ସଂସଦ ର ସଭାପତି ଶ୍ରୀ ଚିତ୍ତରଞ୍ଜନ ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇ ଅଛି । ଏହି ବୈଠକ ରେ ,ମାର୍ଚ୍ଚ ,୧୨ତାରିଖ ରେ ହେବାକୁ ଥିବା ସଂସଦ ର ବାର୍ଷିକ ମହୋତ୍ସବ ବିଷୟରେ ଆଲୋଚନା କରାଯାଇ ଥିଲା ବେଳେ, ମୁଖ୍ୟ ଅତିଥି ଭାବେ ଦୈନିକ ସମୟ ର ବାର୍ତା ସଂପାଦକ ଶ୍ରୀ ମଳୟ କୁମାର ନାୟକ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଦଶମ ପିଲାଙ୍କର ମାଟ୍ରିକ ପରୀକ୍ଷା ଥିବାରୁ,ମାର୍ଚ୍ଚ ୧୨ ରବିବାର ଦିନ ହେବାକୁ ଥିବା ସଂଘ ର ଅଧିବେଶନ ମାର୍ଚ୍ଚ ମାସ ୨୨ତାରିଖ ବୁଧବାର ଦିନ ହେବା ପାଇଁ ସ୍ଥିର କରାଗଲା । ପ୍ରତିଭା ସମ୍ମାନ ଉପରେ ଆଲୋଚନା କରାଯାଇ,ରାଜ୍ୟ ଓ ରାଜ୍ୟ ବାହାର ର ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ସ, ସମ୍ମାନ ରେ ସମ୍ବର୍ଦ୍ଧିତ କରା ଯିବା ପାଇଁ ନିଷ୍ପତି ନିଆଯାଇ ଥିଲା । ଅତିଥି ଭାବେ, ଯେଉଁ ଭଦ୍ର ବ୍ୟକ୍ତି ମାନେ ଯୋଗ ଦେବେ, ଉତ୍ସବ ର ପନ୍ଦର ଦିନ ପୂର୍ବରୁ ନିମନ୍ତ୍ରଣ ପତ୍ର ଯୋଗେ ଜଣାଇ ଦିଆଯିବ ବୋଲି ନିଷ୍ପତି ନିଆ ଯାଇ ଅଛି । ଆଉମଧ୍ୟ,ପ୍ରଥମ ପର୍ଯ୍ୟାୟ ରେ ,ନୃତ୍ୟ ଗୀତ ସହ,ସଙ୍ଗୀତ ଆସର ଓ କବିତା ପାଠ କରାଯିବା ପାଇଁ ନିଷ୍ପତି ହୋଇଥିବା ବେଳେ,ଦ୍ୱିତୀୟ ପର୍ଯ୍ୟାୟରେ, ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବବୋଲି ସାଧାରଣ ସମ୍ପାଦକ ଶ୍ରୀ ଦୁଃଶାସନ ନାୟକ ଜଣାଇ ଛନ୍ତି । ଏହି ବୈଠକ ରେ,ସଂପାଦକ ଶ୍ରୀ ଦୁଃଶାସନ ନାୟକ ଙ୍କ ବ୍ୟତୀତ, କୋଡି ନେଟର ସୋଭାକର ବେହେରା, ସାଂସ୍କୃତିକ by ସଂପାଦକ ସମ୍ପଦ ରଥ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ,ସଭ୍ୟ ତ୍ରିଲୋଚନ ବେହେରା,ବିଚିତ୍ରାନନ୍ଦ ବିଶ୍ଵାଳ,ବିଦୁଲତା ମହାନ୍ତି ଆଦି ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ର ସମ୍ପୂର୍ଣ ପରିଚାଳନା ଓ ସଫଳ ରୂପାୟନ ପାଇଁ ସାଂସ୍କୃତିକ ସଂପାଦକ ବ୍ୟଙ୍ଗ କବି ଶ୍ରୀଯୁକ୍ତ ସମ୍ପଦ ରଥ ଙ୍କ ଉପରେ ନ୍ୟସ୍ତ କରାଯାଇ ଅଛି ବୋଲି ସଂପାଦକ ଜଣାଇ ଛନ୍ତି ।
ଦୁଃଶାସନ ନାୟକ ଅସ୍ତରଙ୍ଗ