October 26, 2026

ସର୍ବ ଭାରତୀୟ “ଚେଞ୍ଜ ମେକର” କର୍ମଶାଳାକୁ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ମନୋନୀତ….

uyuitiu
Share

ବୁଗୁଡ଼ା :  ଆସନ୍ତା ୫ ତାରିଖ ଦିନ ନୂଆ ଦିଲ୍ଲୀସ୍ଥିତ ସଂସଦ ଭବନରେ ଆୟୋଜିତ ହେବାକୁ ଯାଉଥିବା ସର୍ବ ଭାରତୀୟ କର୍ମଶାଳାରେ ଯୋଗଦାନ ନିମନ୍ତେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ମନୋନୀତ ହୋଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ, ଉକ୍ତ ସର୍ବ ଭାରତୀୟ “ଚେଞ୍ଜ ମେକର ” କର୍ମଶାଳାରେ ଯୋଗ ଦେବା ପାଇଁ ସାରା ଓଡିଶାରୁ ମନୋନୀତ କରାଯାଇଥିବା ୧୦ ଜଣ ମହିଳାଙ୍କ ମଧ୍ୟରୁ ଅନ୍ୟତମ । ଏ ନେଇ ବିଗତ ଦିନରେ ଗଞ୍ଜାମ ଜିଲ୍ଲା ଉନ୍ନୟନ ସଂସ୍ଥା ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମହିଳା ନେତୃତ୍ବ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ପରବର୍ତ୍ତୀ ସମୟରେ ମହିଳା ନେତୃତ୍ବ ଶୀର୍ଷକ ପ୍ରଶିକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳତା ହାସଲ କରି ସର୍ବ ଭାରତୀୟ ସ୍ତରୀୟ କର୍ମଶାଳାରେ ଯୋଗଦାନ ନିମନ୍ତେ ମନୋନୀତ ହୋଇଛନ୍ତି । ପ୍ରତ୍ଯେକ ମହିଳା ହେଉଛନ୍ତି ସମାଜର ଜଣେ ଜଣେ ଚେଞ୍ଜ୍ ମେକର । ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ନେତୃତ୍ବ ନେବାରେ ଦକ୍ଷତା , ଅଭିଜ୍ଞତା , କୌଶଳ, ଶିଷ୍ଠତା , ନୀତି ନିଷ୍ଠତା ଉପରେ ଆଲୋଚନା ପର୍ଯ୍ଯାଲୋଚନା ସହ ବିଭିନ୍ନ ବିଷୟରେ ମତାମତ ପ୍ରଦାନ ପାଇଁ ଓଡିଶାରୁ ୧୦ ଜଣଙ୍କୁ ନୂଆ ଦିଲ୍ଲୀର ନୂଆ ସଂସଦ ଭବନରେ ହେବାକୁ ଥିବା ସର୍ବଭାରତୀୟ ଜାତୀୟ କର୍ମଶାଳାରେ ଯୋଗ ଦେବାକୁ ମନୋନୀତ କରାଯାଇଥିବା ବେଳେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଦିଲ୍ଲୀ ଯାତ୍ରା କରିଥିବା ଜଣାଯାଇଛି।

You may have missed