March 11, 2026

ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ତେନ୍ତୁଳିଆ ରାଧାମୋହନପୁର କୋଠଘର ଠାରେ ଶୀତବସ୍ତ୍ର ଓ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ..

iuhioh
Share

ଚିକିଟୀ -ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ତେନ୍ତୁଳିଆ ରାଧାମୋହନପୁର କୋଠଘର ଠାରେ ଶୀତବସ୍ତ୍ର ଓ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ସମେତ ରାଧାମୋହନ ପୁର ଆଞ୍ଚଳିକ ପରିଷଦ ଅନ୍ତର୍ଗତ ୮ଗୋଟି ଗ୍ରାମ୍ୟ ପରିଷଦ ଓ ଆଞ୍ଚଳିକ ପରିଷଦ ର କର୍ମ କର୍ତ୍ତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ | କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇ ସମାଜର ଆରାଧ୍ୟ ଦେବୀ କୁଳ ଗଙ୍ଗା ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ହାତକୁ ନିଆ ଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମ ରେ ତେନ୍ତୁଳିଆ ରାଧାମୋହନ ପୁର, ରାମଚନ୍ଦ୍ର ପୁର, ପାଣ୍ଡିରୀ, ନନ୍ଦୀଗାଁ, ଭଳାସିଙ୍ଗି ଜଗମୋହନପୁର, ଗୋବିନ୍ଦ ନଗର, ରାଜାଗଡ଼ ରାଧାମୋହନ ପୁର ଆଠଗୋଟି ଗ୍ରାମ୍ୟ ପରିଷଦ ର ପ୍ରାୟ ୫୦ ଜଣ ଅସହାୟ ବୃଦ୍ଧ ବୃଦ୍ଧା ଓ ବିକଳାଙ୍ଗ ଙ୍କୁ ଉପସ୍ଥିତ ଅତିଥି ଙ୍କ ଦ୍ୱାରା ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା |ଦୀର୍ଘ ଦୁଇମାସ ଧରି ଚାଲିଆସିଥିବା ଏହି କାର୍ଯ୍ୟକ୍ରମ ରେ ଚିକିଟୀ, ସାନଖେମୁଣ୍ଡି, ବଡ ଖେମୁଣ୍ଡି, ପାଣ୍ଡିରୀ ଭଳି 4ଟୀ ଆଞ୍ଚଳିକ ପରିଷଦ ରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ସୋରଡ଼ା ଓ ପଦ୍ମପୁର ବାକିରହିଥିବା ଦୁଇଟି ଆଞ୍ଚଳିକ ରେ ତୁରନ୍ତ ବ୍ୟବସ୍ଥା ଶେଷ ହେବ ବୋଲି ସଭାପତି ଙ୍କ ସୂଚନା ରହିଛି |ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଧର୍ମା ସାହୁ,ଉପଦେଷ୍ଟା ଯୋଗୀ ସାହୁ,ଉପସଭାପତି ପ୍ରଶାନ୍ତ ସାହୁ,ଅନ୍ୟତମ ଉପ ସଭାପତି ପ୍ରଶାନ୍ତ ସାହୁ ସାଧାରଣ ସମ୍ପାଦକ ତ୍ରିପତି ସାହୁ,ଗଣମାଧ୍ୟମ ସମ୍ପାଦକ ଅକ୍ଷୟ କୁମାର ସାହୁ, ସଙ୍ଗଠନ ସମ୍ପାଦକ ନୀଳମଣି ସାହୁ, ପାଣ୍ଡିରି ଆଞ୍ଚଳିକ ସଭାପତି ଦଣ୍ଡ ସାହୁ,ଉପଦେଷ୍ଟା ଦେବେନ୍ଦ୍ର ସାହୁ ଉପସଭାପତି ସୁରେନ୍ଦ୍ର ସାହୁ,ଗ୍ରାମ୍ୟ ପରିଷଦ ସଭାପତି ଗୟା ସାହୁ,ସିମାଞ୍ଚଳ ସାହୁ, ପ୍ରଶାନ୍ତ ସାହୁ,ବାଇଲଡୁ ସାହୁ,ନାଇକ ସାହୁ, ରଘୁ ସାହୁ,ରୁନା ସାହୁ,ଦୁଃଖା ସାହୁ, ଅଭିମନ୍ୟୁ ସାହୁ, ଗୋବିନ୍ଦ ସାହୁ ସମେତ ଶତାଧିକ କର୍ମକର୍ତ୍ତା ଓ ପ୍ରାଥମିକ ସଦସ୍ୟଙ୍କ ଉପସ୍ଥିତି ଶହ ରାଧାମୋହନ ପୁର ଗ୍ରାମ୍ୟ ପରିଷଦ ର ପୂର୍ଣ୍ଣ ସହଯୋଗ ଓ ସହାୟତା ରେ ବୈଠକ ସଫଳ ରୂପାୟନ ହୋଇଥିଲା ।

You may have missed