November 25, 2024

ସୋସିଆଲ ମିଡ଼ିଆ ପ୍ରଭାବରେ ଗ୍ରୀଟିଙ୍ଗ କାର୍ଡ ହୋଇଛି ଅଲୋଡା…

Share

                                                                                                         ବୁଗୁଡ଼ା :  ସମ୍ପ୍ରତି ସୋସିଆଲ
ମିଡିଆର ପ୍ରଭାବରେ ଗ୍ରୀଟିଙ୍ଗ କାର୍ଡ ଅଲୋଡା ହୋଇ
ପଡିଛି । ଏଇ କେତେ ବର୍ଷ ଆଗରୁ ଗ୍ରାମୀଣ ଓ ସହରୀ
ପିଲାଙ୍କ ମଧ୍ୟରେ ଗ୍ରୀଟିଙ୍ଗକୁ ନେଇ ପ୍ରବଳ ଉତ୍ସାହ
ଦେଖିବାକୁ ମିଳୁଥିଲା। ଶୀତ ଛୁଟି ହେବା ପୂର୍ବରୁ ନିଜ
ନିଜର ବନ୍ଧୁବାନ୍ଧବଙ୍କ ମଧ୍ୟରେ ଗ୍ରୀଟିଙ୍ଗ ଦିଆନିଆ
ଆରମ୍ଭ ହୋଇଯାଉଥିଲା । ଦେବାଦେବୀ, ଖେଳାଳୀ
ସିନେତାରକା, କାର୍ଟୁନ୍ ଆଦିର ଫଟୋ ଥିବା ଗ୍ରୀଟିଙ୍ଗ
ପ୍ରେରଣ କରାଯାଉଥିଲା । ଗ୍ରୀଟିଙ୍ଗ ଆଦାନ ପ୍ରଦାନରେ
ନିଜର ପ୍ରିୟଜନଙ୍କ ମଧ୍ୟରେ ରହିଥିବା ଆବେଗକୁ
ପ୍ରକାଶ କରୁଥିଲା । ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ
ଶୁଭେଚ୍ଛା ଜଣାଇବାର ନିଆରା ମାଧ୍ୟମ ଥିଲା ଏହି
ଗ୍ରୀଟିଙ୍ଗ କାର୍ଡ । ଏବେ ତାହା ଆଉ ଦେଖିବାକୁ ମିଳୁନି ।
ତାହାର ସ୍ଥାନ ନେଇଛି ସାମାଜିକ ଗଣମାଧ୍ୟମ ।
ଅଧିକାଂଶଙ୍କ ପାଖରେ ମୋବାଇଲ୍ ରହିଥିବା ବେଳେ
ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ , ଟ୍ବିଟର୍ ଆଦି
ଜରିଆରେ ଏବେ ସେମାନେ ଶୁଭେଚ୍ଛା ଜଣାଉଥିବାରୁ
ଗ୍ରୀଟିଙ୍ଗ କାର୍ଡ ଅଲୋଡା ହୋଇ ପଡିଛି । ଆଜିର ଯୁବ
ପିଢିଙ୍କ କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚାହିଦା
ବହୁ ଗୁଣରେ ବୃଦ୍ଧି ପାଇଥିବା ବେଳେ ହାତରେ ଥିବା
ସ୍ମାର୍ଟଫୋନର ଭରପୁର ଫାଇଦା ଉଠାଉଛନ୍ତି ।
ଏବେ ସେମାନେ ନୂଆଁ ଢାଞ୍ଚାରେ ନିଜକୁ ଖାପ ଖୁଆଇ
ଆଗକୁ ବଢି ଚାଲିଥିବା ବେଳେ ହାତ ଲେଖା ଗ୍ରୀଟିଙ୍ଗ
ପ୍ରେରଣ ପରମ୍ପରା ପ୍ରାୟ ଲୋପ ପାଇବାକୁ ବସିଲାଣି ।
ପୂର୍ବେ ନୂଆଁ ବର୍ଷର ଏକ ମାସ ଆଗରୁ ବୁଗୁଡ଼ା ସହରର
ବିଭିନ୍ନ ସ୍କୁଲରେ ଗ୍ରୀଟିଙ୍ଗ ପସରା ଦେଖିବାକୁ ମିଳୁଥିଲା
ବେଳେ ଚଳିତ ବର୍ଷ ଗୋଟିଏ ହେଲେ ବି ଦୋକାନରେ
ନୂଆଁ ଗ୍ରୀଟିଙ୍ଗ ନଥିବା ଦେଖିବାକୁ ମିଳୁଛି । ପୁରୁଣା
ତେଜହୀନ ଗ୍ରୀଟିଙ୍ଗ କେଉଁଠି ଟଙ୍ଗା ହୋଇଥିଲେ ବି
ଲୋକେ ସେଥି ପ୍ରତି ନଜର ପକାଉ ନାହାନ୍ତି । ଆଗ ଭଳି ଏବେ ଗ୍ରୀଟିଙ୍ଗ୍ କାର୍ଡ ବିକ୍ରି ହେଉ ନ ଥିବାରୁ ବେପାରୀମାନେ ଆଉ ଗ୍ରୀଟିଙ୍ଗ୍ କାର୍ଡ ଆଣି ନ ଥିବା କହିଛନ୍ତି । ତେବେ ଏହା ଏବେ ବିଲୁପ୍ତ ପରମ୍ପରା ପରିଣତ ହେବାକୁ ଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।