September 21, 2024

ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ଯାଦେଶ ବଣ୍ଟନ କାର୍ଯ୍ୟକ୍ରମ…

Share


ବୁଗୁଡ଼ା :  ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ବୁଗୁଡ଼ା ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ଯାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ଯୋଗ୍ଯ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ଯାଦେଶ ବଣ୍ଟନ କରିଥିଲେ । ଏ ଅବସରରେ ମଧୁ ବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଓ୍ବାର୍ଡର କାଉନସିଲରମାନେ ଉପସ୍ଥିତ ରହିଥିବା ବେଳେ ଏନଏସି କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।