September 21, 2024

ଶିକ୍ଷକ ଦ୍ଵିତୀକୃଷ୍ଣ ପାଇଲେ ପ୍ରାଇଡ୍ ଅଫ୍ ଓଡିଶା ଆଓ୍ଵାର୍ଡ…

Share

ଆଜି WORLD CHARITY WELFARE FOUNDATION ଦ୍ଵାରା WORLD CHARITY AWARD CEREMONY ଉତ୍ସବ ଆହୋଜିତ ହୋଇଥିଲା। ଓଡ଼ିଶାର ଭୁବନେଶ୍ଵରର ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକ ରାଷ୍ଟ୍ରୀୟ ସ୍ତରୀୟ ଆଡ଼ମ୍ବରପୂର୍ଣ୍ଣ ଭବ୍ୟ ସମାରୋହରେ ଓଡ଼ିଶାର ପୂର୍ବତନ ବାଚସ୍ପତି, ମନ୍ତ୍ରୀ, ସାଂସଦ କବି, ବକ୍ତା ତଥା ସୁଲେଖକ ଶ୍ରୀ ଯୁକ୍ତ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଆୟୋଜିତ ଉତ୍ସବରେ ଉପସ୍ଥିତ ରହି ମୁଖ୍ୟ ଅତିଥି ମହୋଦୟ ସମାଜ ପ୍ରତି ଜନସାଧାରଣ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ସମାଜ ପ୍ରତି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରୀ ଯୁକ୍ତ ପାଟ୍ଟଶାଣୀ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର, ଉପଢୌକନ, ମେଡାଲ ଓ ବେଡଜ୍ ଦେଇ ସମ୍ମାନିତ କରିଥିଲେ ଏବଂ ସମାଜ ପାଇଁ ପୁରସ୍କାର ର ଆବଶ୍ୟକତା ଓ ଏହାର ସକାରାତ୍ମକ ପ୍ରଭାବ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଆଜିର ଏହି ରାଷ୍ଟ୍ରୀୟ ସମାରୋହରେ ପ୍ରକୃତି ସୁରକ୍ଷା ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଂଜାମ ଜିଲ୍ଲାର ଭଂଜନଗର ସବଡିଭିଜନ ତଥା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନେଟଙ୍ଗା ଗ୍ରାମପଞ୍ଚାୟତର ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ଏଜୁକେଶନ ବର୍ଗରେ, ପ୍ରାଇଡ୍ ଅଫ୍ ଓଡିଶା ( Pride of Odisha ) ଆଓ୍ଵାର୍ଡରେ ସମ୍ମାନିତ
କରାଯାଇଛି।
ପ୍ରକାଶ ଥାଉକି ଦ୍ଵିତୀକୃଷ୍ଣ ଲେଙ୍କା ଜଣେ ବିଜ୍ଞାନ ଶିକ୍ଷକ ଏବଂ ବର୍ତ୍ତମାନ ସେ ଭଂଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଧୀନରେ ସିଆରସିସି ରୂପେ ଦାୟିତ୍ୱ ନିର୍ବାହ କରୁଛନ୍ତି । ନିଜର ପୂର୍ବ କର୍ତ୍ତବ୍ୟ ସ୍ଥଳୀ ବାଦଗଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ବୃକ୍ଷ ରୋପଣ, ପ୍ରକୃତି ସଂରକ୍ଷଣ, ବନ୍ୟପ୍ରାଣୀ ସୁରକ୍ଷା ଆନ୍ଦୋଳନରେ ଅଂଶଗ୍ରହଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ଆଗରୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର, ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ପୁରସ୍କାର ଓ ଇଣ୍ଟରନେସନାଲ ଗ୍ରୀନ୍ ଆର୍ମି ଦ୍ଵାରା ଗ୍ରୀନ୍ କମାଣ୍ଡେଣ୍ଟ୍ ଆଓ୍ଵାର୍ଡରେ ସମ୍ମାନିତ ହୋଇଛନ୍ତି।
ସେହିପରି ଆଜିର ଉତ୍ସବରେ ବାଲୁକା ଶିଳ୍ପୀ ସୁଦର୍ଶନ ମହାରଣାଙ୍କୁ ଏବଂ ବିଭିନ୍ନ ଖେଳାଳି , କଳାକାର , ନୃତ୍ୟଶିଳ୍ପୀ, କବି , ଲେଖକ, ନାଟ୍ୟକାର ଓ ଅନ୍ୟାନ୍ୟ ବହୁ ସମାଜସେବୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)