June 18, 2026

ବ୍ରହ୍ମାକୁମାରୀ ବିଶ୍ବବିଦ୍ୟାଳୟ ତରଫରୁ ମିଡ଼ିଆ ପ୍ରଶିକ୍ଷଣ ଶିବିର….

iuyiy
Share

ଅସ୍ତରଙ୍ଗ(ଆ.ପ୍ର)ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓ କାକଟପୁର ବ୍ଲକର ମିଳିତ ଆନୁକୁଲ୍ୟରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରିୟ ବିଶ୍ବବିଦ୍ୟାଳୟ ତରଫରୁ କାକଟପୁର ଆଶ୍ରମ ଠାରେ ଏକ ମିଡ଼ିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ଓ କାକଟପୁର ବ୍ଲକର ୨୦ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ, କାର୍ଯ୍ୟକ୍ରମକୁ ମାଉଣ୍ଟ ଆବୁ ସ୍ଥିତ ମୁଖ୍ୟାଳୟ ମିଡ଼ିଆ ସଂଯୋଜକ ବ୍ରହ୍ମାକୁମାରୀ ଚନ୍ଦା ପ୍ରଦ୍ଵିପ ପ୍ରଜ୍ୱଳନ କରି ଆଲୋଚନା ଚକ୍ରକୁ ଉଦଘାଟନ କରିଥିଲେ । ଆଲୋଚନା ଚକ୍ରରେ ପୁରୀ ସବଜୋନ କୋର୍ଡିନେଟର ବିକେ.ରବି ନାରାୟଣ, ରାଷ୍ଟ୍ରୀୟ ସଂଯୋଜକ ହାଇଦ୍ରାବାଦ ବିକେ.ସାରଳା,ମିଡ଼ିଆ ମୁଖ୍ୟ ଵିକେ. ଶାନ୍ତନୁ, ରାଜଯୋଗି ବିକେ. ରାମ ସ୍ୱରୁପ ,କାକଟପୁର ମୁଖ୍ୟ ବିକେ. କୁନ୍ତଳା ପ୍ରମୁଖ ଉପସ୍ଥିତ ରହି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଏହି ଅନୁଷ୍ଠାନ ୮୬ ବର୍ଷ ହେଲା ଧରା ଧାମରେ ଦିବ୍ୟ ଅବତରଣ କରି ପୃଥିବୀର ୧୪୦ ଦେଶରେ ଏହାର ଶାଖା ଖୋଲି ସୁନ୍ଦର ପରାମର୍ଶ ଦେବା ସହ କଣ କଲେ ଆମେ ବ୍ୟକ୍ତିଗତ ଜୀବନକୁ ସୁନ୍ଦର ଭାବେ ଗଢି ତୋଳିବା ସେ ବିଷୟ ରେ ପରାମର୍ଶ ଦେଇଥିଲେ । ଆଉ ମଧ୍ୟ ସାମ୍ବାଦିକ ମାନେ ନିସ୍ୱାର୍ଥ ସେବା, ସତ୍ୟ ଖବର ପ୍ରସାରଣ କରିବା ସହ କାହା ପାଖରେ ନତମସ୍ତକ ନହୋଇ କଲମ ମୁନକୁ ଶାଣିତ କରି ସମାଜକୁ ସତମାର୍ଗରେ ଦିଗ ଦର୍ଶନ ଦେବା ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଏହି ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ନିରଞ୍ଜନ ଦାସ,ତ୍ରିଲୋଚନ ବେହେରା, ସୋଭାକର ବେହେରା,ଲୋକନାଥ ସ୍ବାଇଁ,ପ୍ରଶାନ୍ତ ଜେନା,ମାନସ ରାଉତ,ତୁଷାର ଦୀକ୍ଷିତ,ଶଙ୍କର ଦାସ , ଅକ୍ଷୟ ରାଉତ ଆଦି ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
(ଦୁଃଶାସନ ନାୟକ,ଅସ୍ତରଙ୍ଗ)

You may have missed