April 30, 2026

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା ତରଫରୁ ଉଦଯାପନୀ ଉତ୍ସବ…

uiyiuiu
Share

 

ବେଲଗୁଣ୍ଠା, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା ତରଫରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ବେଲଗୁଣ୍ଠାର ପାରମ୍ପରିକ ବାଘ ନାଚ ମାଧ୍ୟମରେ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ସମ୍ମାନିତ ଅତିଥି ଭାବରେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ,ବ୍ଲକ ଉପାଧ୍ୟକ୍ଷ ପ୍ରମିଳା ପ୍ରଧାନ ଯୋଗ ଦେଇଥିଲେ ଓ ବେଲଗୁଣ୍ଠା ଏନ ଏ ସି ଭାସ୍କର ପାତ୍ର,, ଦିବ୍ୟରଞ୍ଜନ ଦାସ, ସୀମା ସାମଲ, ପ୍ରଦୀପ ସେଠି, ଦିଲ୍ଲୀ ଆଚାରି ଓ ବିଶ୍ଵନାଥ ଦଳେଇ ପ୍ରମୁଖ କାଉନସିଲର ମାନେ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ସ୍ୱାଇଁ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ଅତିଥି ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଫୁଲତୋଡ଼ା ପ୍ରଦାନ ପୂର୍ବକ ସ୍ୱାଗତ କରି କରିଥିଲେ। ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗୀତ ଗାଇବା ସହିତ ସୁନ୍ଦର ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ବିଧାୟକ ଶ୍ରୀ ସ୍ୱାଇଁ ମହାବିଦ୍ୟାଳୟ ର ନୂତନ କୋଠା ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିବା ସହିତ ଉପକୃତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପୁରସ୍କାର ପାଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ନୃତ୍ୟରେ ଭାଗ୍ୟଶ୍ରୀ ମହାରଣା, ରୋଷେଇରେ ଶିବାନୀ ଶତପଥି,ଫେସନ ଶୋ ରେ ସଂଯୁକ୍ତା ପ୍ରଧାନ, ଗୀତରେ ଅଙ୍କିତା ତାରିଣୀ,ରଙ୍ଗୋଲିରେ ଆକାଂକ୍ଷା ପାତ୍ର, ଖେଳରେ ଛାତ୍ର ଯତୀନ୍ଦ୍ର ନାୟକ ଓ ଛାତ୍ରୀ ପୂଜା ବିଷୋୟୀ ସମସ୍ତେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥଲେ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରିଥିବା ସମସ୍ତ ଛାତ୍ରୀ କଳାକାରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ଡ଼ଃ ଗୁରୁମୂର୍ତ୍ତି ନାୟକ,ଙ୍କ ସମେତ ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ, ଅଶୋକ ପ୍ରଧାନ, ସମସ୍ତ ଅଧ୍ୟାପକ ଓ ଅଧ୍ୟପିକା ପିଙ୍କି ପାତ୍ର ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏହି କାଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)

You may have missed