September 21, 2024

ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ୨୦୨୩ ଅବସର ରେ ଦୁଲୁକିଲା ଗୁଣପୁର ସହର …

Share

 

ଗୁଣପୁର -ଆଜି ଜଗନ୍ନାଥ ମନ୍ଦିରରୁ ଆଜ୍ଞ୍ୟା ମାଳ ଆଣିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକଙ୍କ ଗହଣରେ ଆଦିବାସୀ ରାଜ୍ଯ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ବୋର୍ଡ ର ଉପଦେଷ୍ଟା ସୁଧୀର କୁମାର ଦାଶ , ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପଦେଷ୍ଟା ଅନୁସୟା ମାଝୀ , ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଗୁଣୁପୁର ପୌର ପରିଷଦ ର ଅଧ୍ୟକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓରଫ୍ ସାନ ଗୌଡ଼, ଚଇତି ଇଡିତାଲର ଅଧ୍ଯକ୍ଷ ତଥା ଉପଜିଲ୍ଲାପାଳ ଲଳିତ କୁମାର କହଁର , ଆବାହକ ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା , ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର ଙ୍କ ସମେତ ଗୁଣପୁର ର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ବୃନ୍ଦ ଏବଂ ସାମାଜ ସେବୀ ଓ ସାମ୍ବାଦିକ ବୃନ୍ଦ ଉପସ୍ଥିତ ରହିଥିଲେ। ଏହି ଚଇତି କଳସ ଜଗନ୍ନାଥ ମନ୍ଦିରରୁ ବାହାରି ସହର ପରିକ୍ରମା କରି ନୂଆ ବସ୍ ଷ୍ଟାଣ୍ଡର ଚଇତି ମଣ୍ଡପରେ ପହଁଚିଵା ପରେ ସେଠାରେ ଏହି କଳସ ସ୍ଥାପନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ବହୁ ସଂଖ୍ଯାରେ ଜନ ସାଧାରଣ ଉପସ୍ଥିତ ରହି ଶୋଭାଯାତ୍ରା କୁ ସଫଳ କରିଥିଲେ l ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଦୁଇ ଦିନ ଧରି ଚାଲୁ ରହିବ l ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ବୋର୍ଡ ର ଉପଦେଷ୍ଟା ତଥା ବିଜେଡି ଜିଲ୍ଲା ସଭାପତି ସୁଧୀର କୁମାର ଦାଶ, ଅନୁସୂଚିତ ଜନଜାତି, ଆଦିବାସୀ ଓ ଓଡିଶା ସରକାରଙ୍କ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର ବିଧାୟକ ରଘୁନାଥ ଗମାଙ୍ଗ, ଉପଖଣ୍ଡ ଚଇତି କମିଟି ର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଶ୍ରୀ ଲଲିତ କଁହର, ପ୍ରକଳ୍ପ ପ୍ରଶାସିକା ଶାନ୍ତି ପ୍ରଭା ପ୍ରଧାନ, ଆଇ. ଆର୍.ବିଆନ ଦୁର୍ଗାପତି ବ୍ରଜ ମୋହନ ନାୟକ, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଓ ଆବାହକ ଶ୍ରୀ ଚନ୍ଦ୍ର ଧ୍ଵଜ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ଦୀପ ପ୍ରଜ୍ଵଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଆଜିର ସନ୍ଧ୍ୟା ରେ ମୁଖ୍ୟ ଆକର୍ଷଣ ଭାବେ ରାଜ୍ୟ ସ୍ତର ରେ ସୁନାମ ଅର୍ଜନ କରିଥିବା କଣ୍ଠଶିଳ୍ପୀ କୁନାଲ କ୍ରିଷ୍ଣା, କମେଡିଆନ ଷ୍ଟାଇଲିଷ୍ଟ ଟୁକୁନା ଓ ହିରୋଇନ ସୁହାନି ଆସି ଆଜିର ସନ୍ଧ୍ୟା ର ଶୋଭା ମଣ୍ଡନ କରିଥିଲେ l ଚଇତି ଇଡିତାଲ ନିମନ୍ତେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଆଜିର ଏହି ରଜନୀ ରେ ସୁଦୂର ଜୟପୁର ଆକାଶ ବାଣୀ ରୁ ଆସିଥିବା ସୁନାମଧନ୍ୟ ଉଦଘୋଷକ ରଘୁନାଥ ବିଶ୍ଵାଳ ଓ ଜୟନ୍ତ ପଟ୍ଟନାୟକ ଉପସ୍ଥାପନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀ ଓ ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l (ସୁରେନ୍ଦ୍ର ମହାନ୍ତି )