September 21, 2024

ଦୀର୍ଘ ଦିନ ଧରି ବେଲଗୁଣ୍ଠା ବ୍ଳକ୍ ରେ ଡାକ୍ତର ମରୁଡ଼ି ; 44 ବଦଳରେ ଅଛନ୍ତି ମାତ୍ର ଦୁଇ ଏମବିବିଏସ୍ ଡ଼ାକ୍ତର ; ଯନ୍ତ୍ରଣାରେ ଛଟପଟ ହୋଇ ରୋଗୀ ଦୌଡ଼ୁଛନ୍ତି ବ୍ରହ୍ମପୁର…

Share

 

ବେଲଗୁଣ୍ଠା, 5T ଯୋଜନା ମାଧ୍ୟମରେ ମେଡ଼ିକାଲ୍ ପରିସର ବେଶ୍ ଚକାଚକ୍ I ମନକୁ ଶାନ୍ତି ଦେବା ପାଇଁ ମେଡ଼ିକାଲ୍ ପରିସର ଭିତରେ ମନ୍ଦିର ଏବଂ ସମୟ କାଟିବା ପାଇଁ ଅଛି ପାର୍କ୍ ର ବ୍ୟବସ୍ଥା I ମେଡ଼ିକାଲ୍ ପରିସର ସୃଷ୍ଟି କରୁଛି ମନୋରମ ଉଦ୍ୟାନର ଭ୍ରମ I ତଥାପି ଏଠାରେ ରୋଗୀଙ୍କ ମନରେ ଶାନ୍ତି ନାହିଁଁ I ରୋଗୀ ଉପଯୁକ୍ତ ସେବା ନପାଇ ନିରାଶରେ ଫେରିବା ସହ ପ୍ରାଣ ବିକଳରେ ଦୌଡୁଛନ୍ତି ଅନ୍ୟ ମେଡ଼ିକାଲ୍ ଭରଷାରେ I ଏହିଭଳି ଅଭାବନୀୟ ଅବସ୍ଥା ଦେଖିବାକୁ ମିଳିଛି ଗଞ୍ଜାମ ମାନଚିତ୍ରର ଏକ ସ୍ଵତନ୍ତ୍ର ସ୍ଥାନ ହାସଲ୍ କରିଥିବା ବେଲଗୁଣ୍ଠା ବ୍ଳକ୍ ର ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଳକ୍ ର ତିନି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ I ବେଲଗୁଣ୍ଠା ବ୍ଳକ୍ ର ଅନ୍ୟତମ ଜନବହୁଳ ଅଞ୍ଚଳ ହେଉଛି ଗୋବରା I ପାଖାପାଖି ଆଠଟି ପଂଚାୟତର କେନ୍ଦ୍ର ସ୍ଥଳରେ ରହିଛି ଏହି ଅଞ୍ଚଳ I ଏଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଏହି ଆଠଟି ପଂଚାୟତର 96 ଗ୍ରାମର ରୋଗୀ ନିର୍ଭର କରିଥାନ୍ତି I କିନ୍ତୁ ଦୀର୍ଘ ଦିନ ଧରି ଏହି ଡାକ୍ତରଖାନାରେ ଲାଗି ରହିଥିବା ଡ଼ାକ୍ତରୀ ସମସ୍ୟା ଯୋଗୁଁ ସ୍ଥାନୀୟ ରୋଗୀଙ୍କ ଅବସ୍ଥା କହିଲେ ନସରେ I ପ୍ରତିଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ 150 ରୁ 200 ଜଣ ରୋଗୀ ଆସୁଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଡ଼ାକ୍ତର ନଥିବା ଯୋଗୁଁ ବହୁ ରୋଗୀ ଜରୁରୀକାଳୀନ ଚିକିତ୍ସା ନପାଇ ନିରାଶରେ ଫେରିଯାଉଛନ୍ତି I ଏନେଇ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡଙ୍ଗୀଙ୍କ ପ୍ରତିକ୍ରିୟା ନେବାରେ ସୂଚନା ମିଳିଛି ଯେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ,ପ୍ରସୂତି, ଅସ୍ତ୍ରୋପଚାର, ଭେଷଜ ଭଳି ବିଭିନ୍ନ ବିଭାଗରେ କୋଡ଼ିଏ ଜଣ ଡ଼ାକ୍ତର ରହିବା ବଦଳରେ ସେଠାରେ ନିଜେ ଡ଼ାକ୍ତର ଷଡ଼ଙ୍ଗୀଙ୍କ ସହିତ ଜଣେ ଏମବିବିଏସ୍ ଡ଼ାକ୍ତର ଏବଂ ଜଣେ ଆୟୂଷ ଡାକ୍ତର ରହିଛନ୍ତି I ଦୀର୍ଘ ଦଶ ବର୍ଷ ହେଲା ଜଣେ ହେଲେ ବିଶେଷଜ୍ଞ ଏଠାରେ ନିଯୁକ୍ତି ପାଇନାହାଁନ୍ତି ।ଏହା ସହିତ ଡାକ୍ତର ଷଡଙ୍ଗୀ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଏବଂ ବେଲଗୁଣ୍ଠା ବ୍ଳକ୍ ର ଜନସ୍ୱାସ୍ଥ୍ୟ ଅଫିସର ଭାବେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି I ଜଣେ ଲୋକ ତିନଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବାରୁ ରୋଗୀ ଦେଖିବା ତାଙ୍କପାଇଁ କଷ୍ଟକର ବ୍ଯାପାର ହୋଇପଡ଼ିଛି I ଏହି ସମସ୍ୟା କେବଳ ଦିନେ ଦୁଇଦିନର ନୁହେଁ, ଏହା ଦୀର୍ଘ ଦିନଧରି ଚାଲିଛି I ଡ଼ାକ୍ତର ଷଡଙ୍ଗୀଙ୍କ କହିବା ପ୍ରକାରେ ସେ ଏଠାରେ ନିଯୁକ୍ତି ପାଇବା ପରଠାରୁ କେବେ ମଧ୍ୟ ଏଠାରେ ଚାରି ଜଣରୁ ଅଧିକ ଡ଼ାକ୍ତର ଥିବା ଜାଣିନାହାନ୍ତି I ଏକୁଟିଆ ତିନୋଟି ପ୍ରଶାସନିକ ଦାୟିତ୍ୱ ସହିତ ସେ ରୋଗୀ ଦେଖିବାକୁ ବାଧ୍ୟ ହେଉଛନ୍ତି I କେବଳ ଡାକ୍ତର କଥା ନୁହେଁ, ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ୟ କର୍ମଚାରୀଙ୍କ ଅଭାବ ମଧ୍ୟ ରୋଗୀଙ୍କ ଦୂର୍ଦ୍ଦଶା ବଢାଇଦେଇଛି I ଛଅ ଜଣ ନର୍ସ ବଦଳରେ ତିନି ଜଣ ଏବଂ ଚାରି ଜଣ ଆଟେଣ୍ଡାଣ୍ଟ ବଦଳରେ ଏଠାରେ ମାତ୍ରା ଦୁଇଜଣ ଅଛନ୍ତି Iସ୍ୱାସ୍ଥ୍ୟକେନ୍ଦ୍ରରେ 24 ଘଣ୍ଟିଆ ସେବା ପାଇବା ରୋଗୀଙ୍କ ପାଇଁ ସ୍ଵପ୍ନ ପାଲଟିଛି I ସେହିପରି ବେଲଗୁଣ୍ଠା ବ୍ଳକ୍ ର ଖୋଦ୍ ବେଲଗୁଣ୍ଠାରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଗୋବରା ଠାରୁ ଦୟନୀୟ ହୋଇପଡିଛି I ଏଠାରେ 21 ଜଣ ଡ଼ାକ୍ତର ରହିବା ବଦଳରେ ଜଣେ ମାତ୍ର ମହିଳା ଡ଼ାକ୍ତର ରୋଗୀଙ୍କୁ ଚିକିତ୍ସା କରୁଛନ୍ତି I ବ୍ଳକ୍ ର ତିନୋଟି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନିଜଣ ଏମବିବିଏସ୍ ଡ଼ାକ୍ତର ରହିବା ବଦଳରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମବିବିଏସ୍ ଡ଼ାକ୍ତର ରୋଗୀଙ୍କ ପାଇଁ ସ୍ଵପ୍ନ ପାଲଟିଛି I ଗାଙ୍ଗପୁର ଏବଂ ପାଇଲିପଡ଼ା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଜଣେ ଆୟୂଷ ଡାକ୍ତର ଥିବା ବେଳେ ବଙ୍କା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମାତ୍ର ଫାର୍ମାସିଷ୍ଟ ରୋଗୀଙ୍କ ପାଇଁ ସର୍ବେସର୍ବା ପାଲଟିଛନ୍ତି I ସେହିପରି ବେଲଗୁଣ୍ଠା ବ୍ଳକ୍ ର ଦୁଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଜଣେ ଦନ୍ତ ରୋଗ ବିଶେଷଜ୍ଞ ପଦବୀ ମଧ୍ୟ ଖାଲି ପଡ଼ିଛି I ବ୍ଳକ୍ ର ଦୁଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ତିନି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବେଲଗୁଣ୍ଠା ବ୍ଳକ୍ ସମେତ ପଡ଼ୋଶୀ ଆସିକା, ଧରାକୋଟ,ସୋରଡ଼ା, ଭଞ୍ଜନଗର,ଜଗନ୍ନାଥପ୍ରସାଦ ଏବଂ ବୁଗୁଡ଼ା ବ୍ଳକ୍ ର ପାଖାପାଖି ଦୁଇଲକ୍ଷ ଲୋକ ନିର୍ଭର କରୁଥିଲେ ମଧ୍ୟ ଏହି ବ୍ଳକ୍ ରେ ଡାକ୍ତର ସଙ୍କଟ ରୋଗୀଙ୍କ ପାଇଁ ଜୀବନମରଣର ସମସ୍ୟା ସୃଷ୍ଟି କରିଛି I ବର୍ତ୍ତମାନ ବେଲଗୁଣ୍ଠା ବ୍ଳକ୍ ର କୌଣସି ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ରୋଗୀ ଆସିବାକୁ ନିରାପଦ ମନେ କରୁ ନାହାଁନ୍ତି I ଜରୁରୀ ଆବଶ୍ୟକତା ଥିବା ରୋଗୀ ଏଠାକୁ ଆସିବା ହିଁ ନିଜର ବୋକାମୀ ବୋଲି ଭାବୁଛନ୍ତି I ବହୁ ସମୟରେ ରୋଗୀ ବାଧ୍ୟ ହୋଇ ଏଠାରୁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍ କିମ୍ବା ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି I ଫଳରେ ରୋଗୀଙ୍କ ଅବସ୍ଥା ବେହାଲ ହୋଇପଡ଼ୁଛି, ଏପିରିକି ରାସ୍ତାରେ ରୋଗୀର ଜୀବନ ମଧ୍ୟ ଚାଲିଯାଉଛି I ଏନେଇ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୁପକ୍ଷ ଡାକ୍ତରୀ ପଦବୀ ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ସାରିବାପାଇଁ ଉଚିତ୍ ମନେ କରିନାହାଁନ୍ତି I ଅନ୍ୟପଟେ ସରକାର ଉତ୍ତମ ସ୍ୱାସ୍ଥ୍ୟ ବ୍ୟବ…
( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)