September 21, 2024

ପାରଳାଖେମୁଣ୍ଡି ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ….

Share

 

ପାରଳାଖେମୁଣ୍ଡି:
ଆଜି ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ସବୁବର୍ଷ ଭଳି ଏହି ବର୍ଷ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷା ଗ୍ରହଣ ସହିତ ଶିକ୍ଷା ଆନୁସାଙ୍ଗିକ ଗୀତ, ନୃତ୍ୟ,ସଙ୍ଗୀତ, ଅଭିନୟ, ତର୍କ,ଭାଷଣ,ଚିତ୍ର, କୁଇଜ୍,ମାନବ ସେବା,ସମାଜ ଗଠନ ଦିଗରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜକୁ ନିୟୋଜିତ କରିବା ପାଇଁ ସଦାସର୍ବଦା ଉଜ୍ଜୀବିତ ରହିବା ଆବଶ୍ୟକ ବୋଲି ଅତିଥି ଗଣ ଉଦବୋଧନ ଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ପୂରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା, ମୁଖ୍ୟ ବକ୍ତା ଭାବେ ପୁରାତନ ଛାତ୍ର ଭାଗବତ ପାଢୀ, ବିଶିଷ୍ଠ ଅତିଥି ଭାବେ ମିରାକାଲ୍ ଦ୍ୟାନ୍ସର ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ୍ ସେନାପତି,ସ୍ଵତନ୍ତ୍ର ଅତିଥ ଭାବେ ଲିଗରାଜ୍ ଦାଶ ,ସମ୍ମାନିତ ଅତିଥି ଭାବେ ବାବୁଲି ରାଜଗୁରୁ, ନିମାଇ ପାତ୍ର, ସସ୍ମିତା ଗନ୍ତାୟତ,ଯୋଗ ଦେଇଥିଲେ। ରାମ ଶଙ୍କର ଗନ୍ତାୟତ, ରଶ୍ମିତା ନନ୍ଦ, ସୁଜାତା ନନ୍ଦ, ମଧୁସ୍ମିତା ଦାଶ, ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପୁରସ୍କାର ମେଡାଲ ଏବଂ ମେମେଟୋ ଦେଇ କରାଯାଇଥିଲା। ଶେଷରେ ଓଡ଼ିଶୀ ଏବଂ ଆଧୁନିକ ନୃତ୍ୟ ଏକକ ଅଭିନୟ ଛାତ୍ର ଛାତ୍ରୀ ମାନେ ପରିବେଷଣ କରାଯାଇଥିଲା ।(ଗରୁଡ଼ ଧ୍ଵଜ ଚୌଧୁରୀ)