September 21, 2024
Share

–ଭୁବନେଶ୍ୱର,,–l
କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ପକ୍ଷରୁ ଜୟଦେବ ଭବନ ପରିସରରେ ଓକା ମହୋତ୍ସବ ଓ ଜାତୀୟ ସ୍ତରୀୟ ଓଡିଶୀ ନୃତ୍ୟ ଓ ଲୋକ ସଂଗୀତ ନୃତ୍ୟ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ ନିର୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଉତ୍ସବ ଆରମ୍ଭ ହୋଈଥିଲା ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦଘାଟନ କରିଥିଲେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଶନ୍ନ ପାଟ୍ଟଶାଣୀ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଶ୍ରୀଯୁକ୍ତ ଶ୍ରୀକାନ୍ତ ଗୌତମ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ଓକା ମହୋତ୍ସବର ଆଭିମୁଖ୍ୟ ଉପରେ ସ୍ୱାଗତ ଭାଷଣ ଦେଇଥିଲେ । ଉତ୍ସବର ସମ୍ମାନୀତ ଅତିଥିରୂପ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ହିନ୍ଦୁସ୍ଥାନୀ ସଙ୍ଗୀତଗୁରୁ ଶ୍ରୀ ପ୍ରଦୀପ ଦାସ, ଓ ,ଓଡିଶୀ ନୃତ୍ୟଗୁରୁ ଭାଵେ ସୁଜାତା ମିଶ୍ର,ଚପଳା ମିଶ୍ର,ଶ୍ରୀ ଗଜେନ୍ଦ୍ରପଣ୍ଡା,ସମାଜସେବୀ ଶ୍ରୀ ଶଶଧର ପଣ୍ଡା ସିରିଏଲ ଅଭିନେତ୍ରୀ ଦେବଶ୍ରୀ ଦାସ,ଡକ୍ଟର ପ୍ରିୟଙ୍କା ପାଣିଗ୍ରାହୀ,ଜୟଦେବ ଭବନର ଅଫିସର ଦୀପ୍ତି ରଞ୍ଜନ୍ ପରିଡା ଓ ବ୍ୟଙ୍ଗକବି ସମ୍ପଦ କୁମାର ରଥ ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ ପରମେଶ୍ବର ଦାସ , ପ୍ରମୁଖ ଯୋଗ ଦେଇଥିଲେ । ଓକା ଫେଷ୍ଟିଭାଲରେ ଗୀତ ଓ ନୃତ୍ୟ ୧୦୦ ଜଣ ପ୍ରତିଭାଙ୍କୁ ଫେଷ୍ଟିଭାଲ ପ୍ରମାଣପତ୍ର ଓ ଓକା ଟ୍ରଫି ଦିଆଯାଇ ସମ୍ବର୍ଦ୍ଧିତ କରାଯିବା ସହ ଓଡିଶା ରତ୍ନ ସମ୍ମାନରେ ୪୦ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଜୁନିଅର ଅମିତାଭ ବଚନ ଉତ୍ସବରେ ଯୋଗ ଦୈଇଥିଲେ
କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଦୀପ କୁମାର ବିହାରୀ,ପ୍ରକାନ୍ତ ମହାରଣା,ମୋନାଲିସା ଷଡଙ୍ଗୀ,ବର୍ଷାରାଣୀ ପଟ୍ଟନାୟକ,ରୋଜାଲିନ ସେନାପତି,ଅନୀଲ ବାରିକ,ଦେବାଶିଷ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।