ତିର୍ତ୍ତୋଲ ବ୍ଲକ ବିଜୁ ଯୁବ ଛାତ୍ର ଜନତାଦଳ ତରଫରୁ ରକ୍ତଦାନ ଶିବିର !
ତିର୍ତ୍ତୋଲ –: ରକ୍ତଦାନ ମହତ କାମ, ରକ୍ତଦାନ ଜୀବନ ଦାନ ଭାବେ ପରିଲକ୍ଷିତ ହୋଇଥାଏ ! ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ଯୁବସଭାପତି ଇଂ ସୁମିତ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ , କନକପୁର ପଞ୍ଚାୟତ ସ୍ଥିତ ବସନ୍ତବଗିଚା ରେ,ବୁଧବାର ଦିନ , “ଓଡିଶା ମୋ ପରିବାର- ଜୀବନବିନ୍ଦୁ” ଅନିକୁଲ୍ୟରେ , ତିର୍ତ୍ତୋଲ ବ୍ଲକ ବିଜେଡି ଯୁବ ଛାତ୍ର ଜନତାଦଳ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୯୧ ୟୁନିଟ ରକ୍ତ ସଂଗ୍ରହ କରି ସଫଳତା ଅର୍ଜନ କରିଛନ୍ତି ଇଂ ସୁମିତ ଦାସ । ପ୍ରତିଟି ରକ୍ତବିନ୍ଦୁ ମଣିଷର ଜୀବନ ରକ୍ଷାପାଇଁ ଅତ୍ୟନ୍ତ ଜରୁରୀ ଓ ମୂଲ୍ୟବାନ ବୋଲି, ଏହି ଶିବିର କୁ ଉଦ୍-ଘାଟକ ଓ ମୂଖ୍ୟଅଟିଥି ଭାବେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ଇଂ ବିଜୟ ଶଙ୍କର ଦାସ ବକ୍ତବ୍ୟ ରଖିଥିଲେ । ତାଙ୍କ ସହିତ ଜିଲ୍ଲା ଯୁବ ସଭାପତି ସୌମ୍ୟଜିତ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ସମ୍ବିତ ଲେଙ୍କା, ଛାତ୍ର ବ୍ଲକ ସଭାପତି କାଳନ୍ଦି ଦାସ , ବ୍ଲକ ଯୁବ ସଭାପତି ସୁଜିତ୍ ମହାନ୍ତି ଙ୍କ ସମେତ ଜିଲ୍ଲା ବିଜେଡ଼ି ର ବରିଷ୍ଟ ଉପସଭାପତି ବସନ୍ତ କୁମାର ମହାପାତ୍ର , ଗୋପାଳ ପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ , କୋଷ୍ଟି ମଲ୍ଲିକା ପୁର ସରପଞ୍ଚ ବିଭୁ ପ୍ରସାଦ ମହାନ୍ତି , ରଶ୍ମୀ ରଞ୍ଜନ ରାଉଳ , ଦେବବ୍ରତ ବାରିକ , ନୃସିଂହ ଚରଣ ରାଉଳ , ରମେଶ ଚନ୍ଦ୍ର ରାଉଳ , ନରେନ୍ଦ୍ର ବାରିକ ଓ ପ୍ରଳୟ ରାଉଳ ପ୍ରମୁଖ ଏହି ରକ୍ତଦାନ ଶିବିର କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। କଟକର ରେଡକ୍ରସ ବିଭାଗର ଅଭିଜ୍ଞ ଡାକ୍ତର ଓ ତାଙ୍କର ଟିମ୍ ଯୁବ ଛାତ୍ର ମାନଙ୍କ ଠାରୁ ଶୃଙ୍ଖଳିତ ଭାବେ ରକ୍ତ ସଂଗ୍ରହ କରି ଥିବା ବେଳେ , ଶାରଳା ମନ୍ଦିରର ନବୀକରଣ କାର୍ଯ୍ୟକରୁଥିବା ନିର୍ମାଣକାରୀ ସଂସ୍ଥା ଡାଇଭର୍ଶି ଫାଏଡ୍ ଏନୋର୍ଜି ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ ର ପ୍ରୋଜେକ୍ଟ ମ୍ୟାନେଜର ବିରଞ୍ଚି ନାରାୟଣ ଜେନା ଓ ତାଙ୍କର ସହକର୍ମି ଇଂ ପ୍ରିୟଦର୍ଶୀ ସାଇଚନ୍ଦନ , ଇଂ ଅରୁଣ କୁମାର ନାୟକ , ଇଂ ହେମନ୍ତ କୁମାର ରାଉତରାୟ, ଇଂ ପ୍ରତୀକ ମହାନ୍ତି ଓ ଇଂ ବିକାଶ ଚନ୍ଦ୍ର ସେଠୀ ପ୍ରମୁଖ ସ୍ଵତଃପ୍ରବୃତ୍ତ ଭାବରେ ରକ୍ତଦାନ କରି,ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ.
(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !)