September 21, 2024

ବନ ବିଭାଗ ତରଫରୁ ଡ଼ଲଫିନ ଗଣନା ନେଇ ପ୍ରଶିକ୍ଷଣ ଶିବିର….

Share

 

 

 

ଗଞ୍ଜାମ ସହର ନିକଟରେ ସମୁଦ୍ର ଓ ନଦୀ ର ମିଳନ ଋଷିକୁଲ୍ୟା ମୁହାଁଣ ରେ ଡ଼ଲଫିନ ବହୁଳ ଭାବେ ଦେଖାଯାଇଥାଏ l ଯାହାକୁନେଇ ଜାନୁ୍ୟାରୀ 20,21 ଓ 22 ତାରିଖ ଏହି ତିନିଦିନ ଋଷିକୁଲ୍ୟା ମୁହାଁଣ ରେ
ବନ ବିଭାଗ ତରଫରୁ ଡ଼ଲଫିନ ଗଣନା କରାଯାଇଥାଏ l ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ବନ ବିଭାଗର ଇଣ୍ଟରପିଟିସନ ସେଣ୍ଟର ଠାରେ ଡ଼ଲଫିନ ଗଣନା କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ରହ୍ମପୁର ଆର ସି ସି ଏଫ ସଞ୍ଜୟ କୁମାର ସ୍ୱାଇଁ,ଡି ଏଫ ଓ ସନି ଖୋଖର, ଏ ସି ଏଫ ପ୍ରଭାକର ନାୟକ ପ୍ରମୁଖ ବନ ବିଭଗିୟ ଅଧିକାରୀ ଯୋଗଦେଇ ଡ଼ଲଫିନ ଗଣନା କିପରି ସତର୍କତା ଅବଲମ୍ବନ କରାଯାଏ l ଗଣନା ର ପ୍ରକ୍ରିୟା ସମ୍ପର୍କ ରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ବ୍ରହ୍ମପୁର ଓ ଖଲ୍ଲିକୋଟ ର ସମସ୍ତ ବନରକ୍ଷୀ, ବନପାଳ, ଓ ରେଞ୍ଜର ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ l( ପ୍ରଦୀପ କୁମାର ପଣ୍ଡା)