September 21, 2024
Share

 

୧-ରାଜ୍ୟବ୍ୟାପୀ ଶୀତଲହରୀ ଜାରି:୧୫ ଡିଗ୍ରୀ ତଳେ ୩୫ ସହର,କିରେଇ ସବୁଠୁ ଥଣ୍ଡା,୧୩କୁ ଖସିଲା କଟକ ଭୁବନେଶ୍ୱର ତାପମାତ୍ରା।

୨-ଭୁବନେଶ୍ୱର:+୨ ଫର୍ମ ପୂରଣ ପାଇଁ ଶେଷ ସୁଯୋଗ,୪୫୦ ଟଙ୍କା ଜୋରିମାନା ସହ ୨୦ରୁ ୨୨ ତାରିଖ ମଧ୍ୟରେ କରିପାରିବେ ଆବେଦନ।

୩-ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ନିଟ୍ ଓ ଜେଇଇ କୋଚିଂ ଖୁବ୍ ଶିଘ୍ର, ପ୍ରସ୍ତୁତ ହେଉଛି ସ୍ମାର୍ଟ ଶ୍ରେଣୀ ଗୃହ।

୪-ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ୪ ଶଙ୍କରାଚାର୍ଯ୍ୟ ଓ ୮୫୭ ମନ୍ଦିରକୁ କରାଯିବ ନିମନ୍ତ୍ରଣ।

୫-ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ, କଟକରେ ପହଞ୍ଚିଲା ଅକ୍ଷତ ପ୍ରସାଦ।

୬-ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୫୯ଟି ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।୮୦ ହଜାର ହେକ୍ଟର ଜମିକୁ ମିଳିଲା ପାଣି।

୭-ପୁରୀ ଜିଲ୍ଲାର ୪ ବ୍ଲକ୍‌ରେ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଖର୍ଚ୍ଚ ହେବ ୧୪ କୋଟି ଟଙ୍କା।

୮-ଆଗ ଅନୁମତି, ତାପରେ ପାଠପଢ଼ା ନ ହେଲେ ବାତିଲ ହେବ ଡିଗ୍ରୀ – ୟୁଜିସିର କଡା ନିର୍ଦ୍ଦେଶ।

୯-ଗଞ୍ଜାମରୁ ପାଣ୍ଡିଆନଙ୍କ ଅଭିଯାନ । ପୁଣି ଜିଲ୍ଲା ବୁଲିବେ ପାଣ୍ଡିଆନ, ଦୁଇ ଦିନିଆ ଗଂଜାମ ଗସ୍ତ କରି ବିକାଶ କାର୍ଯ୍ୟର କରିବେ ସମୀକ୍ଷା।

୧୦-କିସ୍ ପିଲାଙ୍କୁ ସ୍ଵେଟର ବଣ୍ଟନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।

୧୧-୪୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସାଲେପୁର ବ୍ଲକର ସହକାରୀ ଯନ୍ତ୍ରୀ ବିଭୁତି ଭୂଷଣ ନାୟକ।

୧୨-ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ ଶିକ୍ଷକ:ଏଲିମେଣ୍ଟାରି ଶିକ୍ଷା ନିର୍ଦ୍ଦେଶାଳୟ।

୧୩-ଯାଜପୁର:STF କବଜାରେ ଓଡ଼ିଶାରେ ରହୁଥିବା କାଶ୍ମୀର ଆତଙ୍କୀ, ବିଭିନ୍ନ ଛଦ୍ମ ରୂପ ଧରି କରୁଥିଲା ଠକେଇ।

୧୪-ଆଜି କିସରେ ବିରାଟ ଅଭିଭାବକ ସମ୍ମିଳନୀ, ଦେଢ଼ ଲକ୍ଷ ଜନଜାତିଙ୍କ ହେବ ସମାଗମ।

୧୫-ଟେଲି ଆଇନ ସେବାରେ ୬୨ ଲକ୍ଷ ଉପକୃତ, ଓଡିଶାରୁ ୨ ଲକ୍ଷ ୩୯ ହଜାର।

୧୬-ଦେଶରେ ବିଚାର ଅପେକ୍ଷାରେ ୫ କୋଟିରୁ ଅଧିକ ମାମଲା, ନିରୀକ୍ଷଣ ବ୍ୟବସ୍ଥାକୁ ଦାୟୀ କଲେ ମନ୍ତ୍ରୀ।

୧୭-କେନ୍ଦୁଝର:ମଶାଧୂଆଁରେ ଅଣନିଃଶ୍ଵାସୀ ହୋଇ ସୁରକ୍ଷାକର୍ମୀ ମୃତ୍ୟୁ, ସାଙ୍ଗରେ ଶୋଇଥିବା ଡ୍ରାଇଭର ଗୁରୁତର ।

୧୮-‘ଧୀରଜ ଥିଲେ ଗାନ୍ଧି ପରିବାର ATM’,ଅବକାରୀ ନୀତିକୁ ଦାୟୀ କରି ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର।

୧୯-ପ୍ରଥମ ଥର ବିଜୟ ହଜାରେ ଟ୍ରଫି ଜିତିଲା ହରିୟାଣା, ଫାଇନାଲରେ ରାଜସ୍ଥାନକୁ କଲା ପରାସ୍ତ।

୨୦-ଫେରୁଛି କୋଭିଡ୍‌ ! କେରଳରେ ଚିନ୍ତା ବଢ଼ାଇଲା JN.1।ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୨ ଜଣ ରୋଗୀ ଚିହ୍ନଟ।

୨୧-କୁଏତର ଅମିର ଶେଖ ନୱାଫଙ୍କ ନିଧନ, ୪୦ ଦିନିଆ ଶୋକ ଘୋଷଣା, ଦୁଃଖ ପ୍ରକାଶ କଲେ ପିଏମ୍‌ ମୋଦୀ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏