September 21, 2024

ଅଲିଭ ରିଡଲେ ଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ଋଷୁକୂଲ୍ୟା ମୁହାଁଣରେ…..

Share

 

 

 

ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହର ନିକଟରେ ବହିଯାଇଥିବା ପୁଣ୍ୟାତୟ ଋଷିକୁଲ୍ୟା ଓ ବଙ୍ଗପ ସାଗର ମିଳନ ବା ଋଷୁକୂଲ୍ୟା ମୁହାଁଣରେ ବିରଳ ପ୍ରଜାତି ସାମୁଦ୍ରିକ କଇଁଚ ଅଲିଭ ରିଡଲେ ଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣା ପଡିଛି l ସମୁଦ୍ରର ର ନୀଳ ଜଳ ରାଶି ମଧ୍ୟରେ ଯୋଡି ଯୋଡି ହୋଇ ଅଲିଭ ରିଡଲେ ମାନଙ୍କ ମିଳନ ହେଉଥିବା ଦେଖିବାକୁ ମିଳିଛି l ଯାହାକୁନେଇ ବିଭିନ୍ନ ମହଲରେ ଆନନ୍ଦର ଲହରି ଖେଳିଯାଇଛି l ସେମାନଙ୍କ ସୁରକ୍ଷାକୁ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l କଇଁଚଙ୍କ ସୁରକ୍ଷା ବ୍ୟବସ୍ଥା କୁ କଡା କଡ଼ି କରାଯାଇଛି l ଯାହାକୁ ନେଇ ନଭେମ୍ବର ମାସରୁ ଓଡିଶାରେ 8 ମାସ ପର୍ଯ୍ୟନ୍ତର ଏହି ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ମାନେ ଦେଖିବାକୁ ମିଳିଥାନ୍ତି l ଖାଦ୍ୟ ଅନ୍ବେଷଣରେ ଶ୍ରୀଲଙ୍କା ଅଞ୍ଚଳରୁ ପ୍ରଯଜନ ଋତୁ ଆସିବା ସମୟରେ
ହଜାର ହଜାର କିଲୋମିଟର ଅତିକ୍ରମ କରି ସମୁଦ୍ର ପଥରେ ଏହି କଇଁଚ ମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଓଡିଶା ଅଭିମୁଖେ ଆସିଥାନ୍ତି l ଗତ ବର୍ଷ ରେକର୍ଡ ସଂଖ୍ୟକ ପାଞ୍ଚ ଲକ୍ଷରୁ ଉର୍ଦ୍ଧ ସାମୁଦ୍ରିକ କଇଁଚ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ବେଳାଭୂମିରେ ସାମୂହିକ ଗଣ ଅଣ୍ଡାଦାନ କରିଥିଲେ l ଗତ ବର୍ଷ ବିଶାଳକାୟ ଗ୍ରୀନ ଟଟଲ ବେଳାଭୂମି ଉପରୁକୁ ଉଠି ଆସି ଅଣ୍ଡାଦାନ କରିଥିବା ନଜରକୁ ଆସିଥିଲା l ଯାହାକୁନେଇ ଚଳିତ ବର୍ଷ ଗତ ବର୍ଷ ଠାରୁ ଅଧିକ ସଂଖ୍ୟକ ଅଲିଭ ରିଡଲେ ଙ୍କ ଗଣ ଅଣ୍ଡାଦାନ ହେବ ବୋଲି ଆଶା କରାଯାଉଛି l ଗ୍ରୀନ ଟଟଲ ଙ୍କ ସଂଖ୍ୟା ବଢିପାରେ ବୋଲି ପରିବେଶବିତ ମାନେ ଆଶା କରିଛନ୍ତି(ପ୍ରଦୀପ କୁମାର ପଣ୍ଡା)