June 20, 2026

ମା ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ 

IMG-20230211-WA0036
Share

 

ବୁଗୁଡ଼ା : ତା ୧୧/୦୨/୨୩ : ଆସନ୍ତା ଏପ୍ରିଲ ୨୬ରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ୧୭ ଦିନ ବ୍ଯାପି ବୁଗୁଡ଼ାରେ ହେବାକୁ ଯାଉଥିବା ମା ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ଏକ ବୈଠକ ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ଶ୍ରମ ମନ୍ତ୍ରୀ ତଥା ଠାକୁରାଣୀ ଯାତ୍ରା କମିଟି ସଭାପତି ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଅବସରରେ ଆସନ୍ତା ମହାଶିବରାତ୍ରୀ ଦିନ ଶୁଭଖୁଣ୍ଟି ସ୍ଥାପନ, ସହରର ପ୍ରତ୍ୟେକ ସାହିରେ କମିଟି ଗଠନ କରି ମେଢ ନିର୍ମାଣ,ରାମଦୋଳି ଓ ମୀନାବଜାର ପାଇଁ ନିଲାମ ବ୍ଯବସ୍ଥା କରାଯିବା ନେଇ ସ୍ଥିର କରାଯାଇଥିଲା । ଏଥି ସହ ଯାତ୍ରାର ସୁପରିଚାଳନା ସମ୍ପର୍କେ ଆଲୋଚନା କରାଯାଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଉକ୍ତ ବୈଠକରେ ଅନ୍ଯମାନଙ୍କ ମଧ୍ୟରେ ଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ଦଳାଇ, ସାଧାରଣ ସଂପାଦକ ବିଶ୍ବମୋହନ ମିଶ୍ର, ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳିପାଢୀ,ବୁଗୁଡା ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ,ଧରଣୀଧର ପଣ୍ଡା, କେ.ନୀଳମାଧବ ଆଚାରୀ, ଉପଦେଷ୍ଟା ମଣ୍ଡଳୀ ଏବଂ କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ।

You may have missed