September 21, 2024

ପିପୁଲ୍ସ କଲେଜରେ ମାନବିକ ଅଧିକାର ଦିବସ ପାଳନ ଓ ଆଲୋଚନା ଚକ୍ର

Share

ପିପୁଲ୍ସ କଲେଜରେ ମାନବିକ ଅଧିକାର ଦିବସ ପାଳନ ଓ ଆଲୋଚନା ଚକ୍ର
ବୁଗୁଡ଼ା : ତା ୧୦/୧୨/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମାନବିକ ଅଧିକାର ଦିବସ ପାଳନ ସହ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ , ଅଧ୍ୟାପକ ବିନୋଦ କୁମାର କର , ଲୋକନାଥ ବେହେରା ଓ ଜୟରାମ ବିଷୋୟୀ ପ୍ରମୁଖ ଯୋଗ ଦେଇ ଆଲୋଚନା ଚକ୍ରର ବିଷୟ “ମାନବିକ ଅଧିକାର ଏବଂ ପରିବେଶ ମଧ୍ୟରେ ସଂଯୋଗର ବିଶ୍ଲେଷଣ ପାଇଁ ଧାରଣର ମୂଳଦୁଆ” ସମ୍ପର୍କେ ସ୍ବ ସ୍ବ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଛାତ୍ରୀ ପାୟଲ ରାଣୀ ସ୍ବାଇଁ ଓ ଆଶା ରାଣୀ ସେନାପତି ଆଲୋଚନା ଚକ୍ରର ସନ୍ଧର୍ଭଟିକୁ ପାଠ କରିଥିଲେ । ଏଥି ସହ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ଅଧ୍ଯାପକଗଣ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଛାତ୍ରୀ ପୂଜାରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।