September 21, 2024

ଗଜପତି:- ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସର’ରେ ବାଘଶାଳା ଏବଂ ଅଗରଖଣ୍ଡି ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଗଜପତି:- ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସର’ରେ ବାଘଶାଳା ଏବଂ ଅଗରଖଣ୍ଡି ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
———————————————
ଗଜପତି ଜିଲ୍ଲାରେ କେନ୍ଦ୍ର ସରକାର’ଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ସଚେତନତା ରଥ ଆଜି ତୃତୀୟ ପର୍ଯ୍ୟାୟ’ର ଦ୍ଵିତୀୟ ଦିନରେ ଗୋଷାଣୀ ବ୍ଲକ’ର ବାଘଶାଳା ଏବଂ ଆଗରଖଣ୍ଡି ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି।
ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ପ୍ରଥମେ ବାଘଶାଳା ପଞ୍ଚାୟତ’ରେ ପହଞ୍ଚିବା ପରେ ସେଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ , ପଞ୍ଚାୟତ ଜନପ୍ରତିନିଧି ଙ୍କ ସମେତ ବିଭିନ୍ନ ସ୍ତର’ର ଶତାଧିକ ସଂଖ୍ୟାରେ ମହିଳା ମାନଙ୍କ ହୁଳହୁଳି ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସର’ରେ ପଞ୍ଚାୟତ କାର୍ଯ୍ୟାଳୟ ପରିସର’ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  କାର୍ଯ୍ୟକ୍ରମ’ରେ ସରପଞ୍ଚ ଟି: ଭିମାରାଜୁ , ସମିତିସଭ୍ୟ ଶ୍ରୀଧର ନାଇଡ଼ୁ , ମେଡିକାଲ ଅଫିସର ଡ଼ାଃ ରଜତ କୁମାର ସେଠୀ , କେବିକେ:- ମୁଖ୍ୟ ବୈଜ୍ଞାନିକ ଡ଼ାଃ ସଂଗ୍ରାମ ପାରମଗୁରୁ , ଡାକ ନିରୀକ୍ଷକ ରଘୁନାଥ ନାୟକ ପିଇଓ: ଚେଲି: କ୍ରିଷ୍ଣା ରାଓ , ନୋଡାଲ ଅଧିକାରୀ ଶ୍ରୀ ବିନୋଦ ଗୌଡ଼ ଏବଂ ଡ୍ରୋନ ପ୍ରତିନିଧି ଓ ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାର’ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା: ଆୟୁଷ୍ମାନ ଭାରତ , ପିଏମ କିସାନ , ପିଏମ ଆବାସ , ଉଜ୍ଜଲା ଯୋଜନା , ସ୍ଵଚ୍ଛ ଭାରତ ଶୌଚାଳୟ ଯୋଜନା ଏବଂ ଡାକ ଯୋଜନା ପ୍ରଭୃତି ଉପରେ ସଚେତନ କରାଇ ତାର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତ’ଙ୍କୁ ଅବଗତ କରାଇବା ସହ ଯୋଜନା’ର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀ’ଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହିଥିଲେ ।
ଏହି ଅବସର’ରେ ଉପସ୍ଥିତ ସମସ୍ତ’ଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥ’ରେ ଲାଗିଥିବା ଏଲଇଡି: ଦ୍ଵାରା କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥିତ ସମସ୍ତ’ଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା ।
ଏହି ଅବସର’ରେ କେନ୍ଦ୍ରୀୟ ଯୋଜନା’ର ୩ ଜଣ ହିତାଧିକାରୀ ଯଥା:- ବାଘଶାଳା ଗ୍ରାମ’ର ଏମ: ତିରୁପତି – ପିଏମ: କିସାନ ଯୋଜନା ସମ୍ପର୍କରେ , ବାଘଶାଳା ଗ୍ରାମ’ର ସୁନିତା ପ୍ରଧାନ – ଭାରତୀୟ ଡାକ ଯୋଜନା ସମ୍ପର୍କରେ ଏବଂ ବାଘଶାଳା ଗ୍ରାମ’ର ମଧୁସ୍ମିତା ବିଶ୍ଵାଳ – ପିଏମ: ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ – କିଭଳି ସେମାନେ ଏହି କେନ୍ଦ୍ରୀୟ ଯୋଜନା ପାଇ ଉପକୃତ ହେଉଛନ୍ତି , ସେ ସମ୍ପର୍କରେ କହି କେନ୍ଦ୍ର ସରକାର’ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଯୋଜନାର ୩, ଜଣ ହିତାଧିକାରୀ’ଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ଅବସର’ରେ ସଭାସ୍ଥଳ ପରିସର’ରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର’ରେ ସ୍ବାସ୍ଥ୍ୟକର୍ମୀ ନାଗେଶ୍ଵର ପଟନାୟକ ଏବଂ ଏଏନଏମ: ସସ୍ମିତା , ଶତାଧିକ ଲୋକ’ଙ୍କ ଶୁଗାର , ରକ୍ତଚାପ , ମ୍ୟାଲେରିଆ ଏବଂ ହିମୋଗ୍ଲୋବୀନ ପରୀକ୍ଷା କରାଯିବା ସହ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପରାମର୍ଶ ଦିଆ ଯାଇଥିଲା ।
ଶେଷରେ ଡ୍ରୋନ ଦ୍ଵାରା ଚାଷ ଜମିରେ କିଭଳି ସାର ଓ କିଟ-ନାଶକ ଔଷଧ ବ୍ୟବହାର କରାଯାଏ , ସେ ସମ୍ପର୍କରେ ପ୍ରଦର୍ଶନ କରା ଯାଇଥିଲା ।
ସେହିଭଳି ଅନୁରୂପ କାର୍ଯ୍ୟକ୍ରମ ଅଗରଖଣ୍ଡି ପଞ୍ଚାୟତ’ରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-