November 25, 2024
Share

*ଖବର ଆଜିର*
ତାରିଖ ୦୩/୧୨/୨୩, ରବିବାର

୧-ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ ବିଧାନସଭାର ରେଜଲ୍ଟ ।

୨-ସରକାରୀ ବିଦ୍ୟାଳୟକୁ ମୁହାଁଇଲେଣି ପିଲା, ବର୍ଷକରେ ଘରୋଇ ବିଦ୍ୟାଳୟରେ ନାମଲେଖା ୧୦ ହଜାର କମିଲା।

୩-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ପ୍ରଭାବରେ ଆଜିଠୁ ଓଡ଼ିଶାରେ ବର୍ଷା ସମ୍ଭାବନା।

୪-ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ, ୩ ରୁ ୬ ଯାଏଁ ଆସିବାକୁ ବାଧ୍ଯ।

୫-ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ।

୬-କଟକ ଜିଲ୍ଲାପାଳଙ୍କୁ ଅଦାଲତି ଛାଟ, ବେଆଇନ ବାଲି ଚାଲାଣ ମାମଲାରେ ସାନି ସତ୍ୟପାଠ ଦାଖଲ ନିର୍ଦ୍ଦେଶ।

୭-ସମ୍ଭାବ୍ୟ ଅଦିନିଆ ବର୍ଷା – ଫସଲ ସୁରକ୍ଷା ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପରାମର୍ଶ।

୮-ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଅନୁଷ୍ଠାନ କିସ୍ ମଡେଲ୍ ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ ବୋଲି ଫିଲିପାଇନ୍ସ ସାଂସଦ ରୁଫସ୍ ବି ରୋଦ୍ରିଗେଜ୍ କହିଛନ୍ତି।

୯-କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ପୂର୍ବରୁ ବିଜେଡି ଓ ବିଜେପିରେ ନେଇଥିଲେ ନେତୃତ୍ୱ।

୧୦-ବିଦା ହେଲେ ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀ, ଚାକିରିରୁ ବହିଷ୍କାର କଲେ ଡିଜିପି।

୧୧-ପାରାଦୀପ:ଜାହାଜରେ କୋକେନ ଚାଲଣର ଖୋଳତାଡ଼ । କଷ୍ଟମ ବିଭାଗ, ଏନସିବି ଓ ଏସଟିଏଫର ଖୋଳତାଡ଼ । ସ୍ନିଫର ଡଗ୍ ସହାୟତାରେ ଚାଲିଛି ଯାଞ୍ଚ।

୧୨-ଦୁର୍ଘଟଣା ପରେ ଚେତା ପଶିଲା; ନୋ ପାର୍କିଙ୍ଗରେ ଗାଡ଼ି ରଖିଲେ ଗଣିବେ ତଣ୍ତ।

୧୩-କଟକ:ବାଲିଯାତ୍ରାରେ ଗବ୍ବର ସିଂ ଚାଏର ମଜା; ନାଁ ଯେମିତି ଭିନ୍ନ, ସ୍ୱାଦ ବି ଭିନ୍ନ।

୧୪-କେନ୍ଦୁଝରରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ଘଟଣା- ଏନ୍‌ଏଚ୍‌ଏଆଇ ନାମରେ ମାମଲା ରୁଜୁକଲା ଘଟଗାଁ ପୁଲିସ୍‌।

୧୫-ନିର୍ବାଚନ ଫଳାଫଳ ପୂର୍ବରୁ ୪ ରାଜ୍ୟରେ କଂଗ୍ରେସର ପର୍ଯ୍ୟବେକ୍ଷକ ନିଯୁକ୍ତ।

୧୬-ନୁଆ ଦିଲ୍ଲୀ:ବଦଳିବ ଇଂରେଜଙ୍କ ଯୁଗର ଆଇନ, ଏଥିପାଇଁ ସଂସଦରେ ଆସିବ ୧୯ଟି ବିଧେୟକ।

୧୭-ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ସୁରୁଖୁରରେ ଗୃହକାର୍ଯ୍ୟ ଚଳାଇବାକୁ ସମସ୍ତ ଦଳଙ୍କୁ ସରକାରଙ୍କ ଅପିଲ।

୧୮-ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ କ୍ରିକେଟ ଦଳ ; ୩ ଫର୍ମାଟ, ୩ ଅଧିନାୟକ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*