March 13, 2026

ବାଇକ ଦୁର୍ଘଟଣା ରେ ଆମ୍ବୁଲାନ୍ସ ଡ୍ରାଇବର ମୃତ୍ୟୁ

IMG-20231127-WA0020
Share

ବାଇକ ଦୁର୍ଘଟଣା ରେ ଆମ୍ବୁଲାନ୍ସ ଡ୍ରାଇବର ମୃତ୍ୟୁ
ବେଲଗୁଣ୍ଠା27,11,2023,ବେଲଗୁଣ୍ଠା ର ଆମ୍ବୁଲାନ୍ସ ଚାଳକ ବିବତ୍ସ ପରିଛା(ବାବୁ), ୩୩, ବାଇକ ଦୁର୍ଘଟଣାରେ ତାର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ବାବୁ ପରିଛା ବାଇକରେ ନିଜ ଘର ବେଲଗୁଣ୍ଠା ରୁ1 ବାହାରି ଆଜିଦିନ 11ଟା ବେଳେ ନିଜ କର୍ମସ୍ଥଳ ଆସିକା ବ୍ଲକ ଭେଟନଇ ମେଡିକାଲକୁ ଯିବା ରାସ୍ତାରେ ଏକ ଅଜଣା ବାଇକ ସହିତ ଧକ୍କା ହୋଇ ତଳେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ,ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେଠାରେ ଉପସ୍ଥିତ ଥିବା କିଛି ଲୋକ ସାଙ୍ଗେ ସାଙ୍ଗେ ଆସ୍କା ମେଡିକାଲକୁ ପଠାଇଥିଲେ, କିନ୍ତୁ ସେଠାରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ, ସେଠାରେ ଅଧିକ ସଂକଟାପର୍ଣ୍ଣ ହେବା କାରଣରୁ କଟକ ମେଡିକାଲକୁ ରେଫେର କରାଯାଇଥିଲା। କଟକ ନେବା ରାସ୍ତାରେ ଅବସ୍ଥା ସାଙ୍ଘାତିକ ହେଵା ଜାଣି ଆମ୍ବୁଲାନ୍ସ ରେ ଉପସ୍ଥିତ ଫାର୍ମାସିଷ୍ଟ ଖୋର୍ଦ୍ଧା ମେଡିକାଲ ରେ ଆଡମିଟ କରିବାକୁ କହିଥିଲେ। ସେଠାରେ ଚିକିର୍ସା ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନିଜ ପୁଅର ମୃତ୍ୟୁ ଖବର ଶୁଣି ବାପା ଲକ୍ଷ୍ମଣ ପରିଛା ଓ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ଓ କାନ୍ଦ ବୋବାଳିରେ ଦାଣ୍ଡ ଫାଟି ପଡିଥିଲା। ମୃତ୍ୟୁ ଖବର ସମଗ୍ର ବେଲଗୁଣ୍ଠା ସହରରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା। ଆଖପାଖ ଅଂଚଳର ସମସ୍ତ ଆମ୍ବୁଲାନ୍ସ ଚାଳକ ଏକତ୍ରିତ ହୋଇ ରାତ୍ର 7 ଘଣ୍ଟା ସମୟରେ ମୋଟରସାଇକେଲ ଶୋଭାଯାତ୍ରା କରି ବେଲଗୁଣ୍ଠା ସ୍ଥିତ ବ୍ଲକ କଲୋନୀ ନିକଟ ନିଜ ଘରକୁ ନେଇଥିଲେ । ଗାଁ ଶ୍ମାଶନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।        ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ