March 13, 2026

୫୪ତମ ଆନ୍ତମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

IMG-20231126-WA0018
Share

୫୪ତମ ଆନ୍ତମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ
ଉଦଯାପିତ
ବୁଗୁଡ଼ା : ତା ୨୬/୧୧/୨୩ : ସ୍ନାନୀୟ ପିପୁଲ୍ଲ କଲେଜର
କ୍ରୀଡା ପ୍ରାଙ୍ଗଣରେ ଆୟୋଜିତ ୫୪ତମ
ଆନ୍ତମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ
ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ୭ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ବ୍ରହ୍ମପୁର ଏମକେସିଜି କଲେଜ
ସିଟି କଲେଜ ଦଳକୁ ୫୨-୪୫ ପଏଣ୍ଟରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଆନ୍ତର୍ଜାତୀୟ ସ୍ତରୀୟ ରେଫେରି ରାଜ ନାରାୟଣ ପାତ୍ର ଫାଇନାଲ୍ ମ୍ୟାଚଟିକୁ ପରିଚାଳନା କରିଥିଲେ । ପିପୁଲ୍ସ କଲେଜର ଆଥଲେଟିକ୍ସ ଆସୋସିଏସନ୍ ପକ୍ଷରୁ ଉପସଭାପତି ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ସୁବାସ ଚନ୍ଦ୍ର ପରିଡା ଏବଂ ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ ଜେ.କାମେଶ୍ବର ରାଓ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ଅତିଥିମାନଙ୍କ ଦ୍ବାରା ବିଜେତା ଏମକେସିଜି କଲେଜ ଦଳକୁ ଚମ୍ପିୟନ ଟ୍ରଫି ଏବଂ ଉପବିଜେତା ସିଟି କଲେଜ ଦଳକୁ ରନର୍ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଶ୍ରୀନିବାସ ଦୋରା ପରିଚାଳନା କରିଥିଲେ
|