March 13, 2026

ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ରାଜ୍ଯସ୍ତରରେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରଥମ

IMG-20231124-WA0022
Share

ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ରାଜ୍ଯସ୍ତରରେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରଥମ

ରାମନାଗୁଡା, ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ମହାପାତ୍ର,ପୁରୁଷ ସ୍ବାସ୍ଥ୍ୟ କର୍ମୀ ଶ୍ରୀଯୁକ୍ତ ସୁରେଶ କୁମାର ମହାଙ୍କୁଡ ଓ ଆଶାକର୍ମୀ ଶ୍ରୀମତୀ ଅନସୂୟା ବିଡିକା ରାଜ୍ଯ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ବତନ୍ତ୍ର ସଚିବଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସଂଘମିତ୍ରା ମହାପାତ୍ର ଏବଂ ପୁରୁଷ ସ୍ବାସ୍ଥ୍ୟ କର୍ମୀ ସୁରେଶ କୁମାର ମହାଙ୍କୁଡ ଲଗାତାର ଭାବେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ଏହି ପୁରସ୍କାର ପାଉଛନ୍ତି । ଶ୍ରୀମତୀ ସଂଘମିତ୍ରା ମହାପାତ୍ର ଏହାର ଶ୍ରେୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସୌରଭ ମହାପାତ୍ର ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ଉପଯୁକ୍ତ ନେତୃତ୍ବ ତଥା ସହଯୋଗ ଫଳରେ ଜିଲ୍ଲାର ଏତେବଡ଼ ସମ୍ମାନ ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀଙ୍କୁ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ହୃଦୟରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତିି ।

ରିପୋର୍ଟ ସଞ୍ଜିବ କୁମାର ଦାଶ