October 5, 2024

ବିଡ଼ିଓଙ୍କ ମାର୍ଗଦର୍ଶନରେ ଦୁର୍ଗମ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ କଲା ପ୍ରଶାସନ

Share

ବିଡ଼ିଓଙ୍କ ମାର୍ଗଦର୍ଶନରେ ଦୁର୍ଗମ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ କଲା ପ୍ରଶାସନ

ରାମନାଗୁଡା ପାରମ୍ପାରିକ ଚାଷ ଧାନ,କପା ,ପନିପରିବା ସହ କିଛି ନୂଆ ଫସଲ ଚାଷ କରିବାର ପ୍ରୟାସ ନେଇ ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଦୁର୍ଗମ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଛି ବ୍ଲକ ପ୍ରଶାସନ।
ରାୟଗଡ ଜିଲ୍ଲାରେ ପ୍ରଥମଥର ଲାଗି ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଞ୍ଚାୟତ ଅଧିନ ଟାସ୍କି ଓ ପାରୀକ୍ଷିତି ପଞ୍ଚାୟତ ଅଧିନସ୍ଥ ଜିଞ୍ଜିରିବାଡ଼ିରେ ଏହାକୁ ଆରମ୍ଭ କରାଯାଇଛି। ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗର ମିଳିତ ପ୍ରୟାସ ରେ ଏହି ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି।ସୂଚନା ଅନୁସାରେ ଏହି ଚାଷ ନିମନ୍ତେ ପ୍ରଥମେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଉନ୍ନତ ଜ୍ଞାନ କୌଶଳ ଯଥା ବୁନ୍ଦା ଜଳସେଚନ ,ମଲ୍ଚିଂ ବ୍ୟବହାର କରି ଏହି ଷ୍ଟ୍ରବେରୀ ଚାଷ କରାଯାଉଛି।ଆଜି ଟାସ୍କି ଠାରେ ଷ୍ଟ୍ରବେରୀ ଚାଷ ଚାରାରୋପଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ ,ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ,ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଗମାଙ୍ଗ,ତାଙ୍ଗୁଡୁ ଶ୍ରୀଧର ,ସମିତିସଭ୍ୟ କମଳ ମୁଟିକା,ଲକ୍ଷ୍ମୀ କାଡ୍ରାକା ,ସରପଞ୍ଚ ଭାସ୍କର କାଡ୍ରାକା,ଗଗନ ଆଚାର୍ଯ୍ୟ, ଭାମିନି ସରପଞ୍ଚ ରିତୁପ୍ରଭା ଗମାଙ୍ଗ, କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର ,ସମିତି ସଭ୍ୟା ଲଷ୍ମୀପ୍ରିୟା ମାଣ୍ଡାଙ୍ଗି,ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଜଗନ୍ନାଥ ବିନ୍ଧାଣି,ବିପିଏମ୍ ଯସ୍ମିନ ମୁଟିକା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ଏହି ଚାଷ କିଭଳି ସଫଳ ହେବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ସଶକ୍ତ ମହିଳା ସଶକ୍ତ ଓଡ଼ିଶାକୁ ସଫଳ କରିବା ନେଇ ମତ ରଖିଥିଲେ। ରାମନାଗୁଡ଼ା ବ୍ଲକ ପାଲୁପାଇ, ଟାସ୍କି ଓ ଜିଞ୍ଜିରିବାଡିରେ ମଧ୍ୟ ୨.୫ଏକର ଷ୍ଟ୍ରବେରୀ ଚାଷ ହେବା ନେଇ ବ୍ଲକ ପ୍ରଶାସନ ସୂଚନା ଦେଇଛି।ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ଏମ୍ବିକେ,ସିଆରପି,ପଞ୍ଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ମାଣ୍ଡାଙ୍ଗି,ଜିଆରଏସ୍ ଦିଲ୍ଲୀପ ପଣ୍ଡା,ପ୍ରଦୀପ ବେହେରା ପରିଚାଳନା କରିଥିଲେ।ଉଦ୍ୟାନ ବିଭାଗର ଅକ୍ଷୟ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ଏହି ପରି କିଛି ନୂଆ ଚାଷ କରି ମହିଳା ମାନଙ୍କ ଆର୍ଥିକ ମାନଦଣ୍ଡକୁ ସଦୃଢ଼ କରିବା ଲକ୍ଷ୍ୟରେ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛ

ରିପୋର୍ଟ ସଞ୍ଜିବ୍ କୁମାର ଦାଶ