March 13, 2026

୭ଟି ବାଲି ବୋଝେଇ ହାଇଓ୍ବା ଜବତ

IMG-20231122-WA0058
Share

୭ଟି ବାଲି ବୋଝେଇ ହାଇଓ୍ବା ଜବତ

 

ହାଟଡ଼ିହି ବ୍ଳକର ବିଭିନ୍ନ ବାଲି ଘାଟରୁ ବେଆଇନ ଭାବେ ବାଲି ଚାଲାଣ କରାଯାଉଛି କିନ୍ତୁ ନିୟମାନୁଯାଇ ପରିବହନ କରାଯାଉନି। ଭାରୀଯାନରେ ବାଲି ପରିବହନ ନିଷେଧ ଥିବା ସ୍ଥଳେ ପ୍ରତିଦିନ ଶହ ଶହ ହାଇଓ୍ବାରେ ବାଲି ପରିବହନ ହେଉଛି। ଗତକାଲି ରାତିରେ ନନ୍ଦିପଦା ପୁଲିସ ୫୩ନଂ ରାଜ୍ୟ ରାଜପଥର ଛେନାପଦି ଛକ ଠାରୁ ମରେଇ ଗାଁ ମଧ୍ୟରେ ଚଢ଼ାଉ କରି ୭ଟି ବାଲି ବାଝେଇ ହାଇଓ୍ବା ଜବତ କରି ମାମଲା ରୁଜୁ କରିଛି। ସମସ୍ତ ଗାଡି ଗୁଡିକ ଓଭର ଲୋଡିଙ୍ଗ ଥିବା ଦେଖୁବାକୁ ମିଳିଛି। ଏପରିକି ଗାଡ଼ିଗୁଡିକ ଜବତ ସମୟରେ କୌଣସି ଗାଡି ଆବଶ୍ୟକ କାଗଜପତ୍ର ଦେଖାଇ ପାରିନଥିଲେ । ଗାଡି ଛାଡ଼ିଦେଇ ଡ୍ରାଇଭର ମାନେ ଫେରାର ହୋଇ ଯାଇଥିଲେ । ଏହି ଚଢାଉ ପରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପସିଛି ।

 

ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ