June 22, 2026

ଉଦଘାଟନ ହେଇ ସପ୍ତାହେ ହେଇନି ଡ୍ରେନ ରେ ସିମେଣ୍ଟ ବୋଝେଇ ଟ୍ରକ ପଶି ପ୍ଲେଟ ଭାଙ୍ଗି ଡ୍ରେନ ରେ ପସିଲା

IMG-20231121-WA0041
Share

ଉଦଘାଟନ ହେଇ ସପ୍ତାହେ ହେଇନି
ଡ୍ରେନ ରେ ସିମେଣ୍ଟ ବୋଝେଇ ଟ୍ରକ ପଶି ପ୍ଲେଟ ଭାଙ୍ଗି ଡ୍ରେନ ରେ ପସିଲା

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ – ଉମରକୋଟ ସହର ଡି ଏନ୍ କେ ରେ ଆଇ ଲଭ ଉମରକୋଟ ଶେଲ୍ଫି ପଏଣ୍ଟ ଉଦଘ।ଟନ ହେଇ ସପ୍ତାହ ହେଇନି
ଏହାର ନୂତନ ଭାବେ ନିର୍ମାଣ ହେଇଥିବା ଡ୍ରେନ ରେ ଏକ ସିମେଣ୍ଟ ବୋଝେଇ ଟ୍ରକ
ଫସି ଯାଇଁ ପ୍ଲେଟ ସବୁ ଭାଙ୍ଗିଗଲା। ଆଜି ସନ୍ଧ୍ୟାରେ ଏକ ସିମେଣ୍ଟ ବୋଝେଇ ୧୩ ଚକିଆ ଟ୍ରକ ରାଇପୁର ରୁ ମାଲକାନଗିରି ଯାଉଥିଲା। ତେବେ ଟ୍ରକ୍ ଡ୍ରାଇଭର କୌଣସି କାରଣ ଯୋଗୁ ଶେଲଫି ପଏଣ୍ଟ ସମ୍ମୁଖ ରେ ନିର୍ମାଣ ହେଇ ଥିବା ଡ୍ରେନ ଉପରେ ପାର୍କିଂ ପାଈଁ ପଡ଼ିଥିବା ପ୍ଲେଟ ଉପରେ ଟ୍ରକ ରଖିବା ପାଈଁ ଚେଷ୍ଟା କରିବା ବେଳେ ପ୍ଲେଟ ଭାଙ୍ଗିଯାଇ ଡ୍ରେନ ଭିତରେ ପଶି ଯାଇଥିଲା। ଖବର ପାଇଁ ପୌରଦକ୍ଷା ରାଧା ଭତରା, ଉପାଧ୍ୟକ୍ଷ ସୁଧାଂଶୁ ଦାସ, ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ହିମାଂଶୁ ଭୁଷଣ ମହାନ୍ତି, ଓ ଅନ୍ୟ କର୍ମଚାରୀ
ପହଂଚି ଘଟଣା ସ୍ଥଳ ରେ ପହଂଚି ଛନ୍ତି।