March 13, 2026

ଗଜପତି ଜିଲ୍ଲାରେ ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳିତ,ସମ୍ମାନିତ ହେଲେ ବିଭିନ୍ନ ସଫଳ ଚାଷୀ*

IMG-20231120-WA0020
Share

*ଗଜପତି ଜିଲ୍ଲାରେ ୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳିତ,ସମ୍ମାନିତ ହେଲେ ବିଭିନ୍ନ ସଫଳ ଚାଷୀ*

ପାରଳାଖେମୁଣ୍ଡି,ତା.୨୦.୧୧.୨୦୨୩

ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଗଜପତି ଯୋଗଦେଇଥିବା ବେଳେ ଶ୍ରୀ ହରିହର ସେଠ, ସହକାରୀ ନିବନ୍ଧକ ପାରଳାଖେମୁଣ୍ଡିଙ୍କ ଅଧକ୍ଷତରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବରେ ଶ୍ରୀ ପ୍ରତୀକ ପଣ୍ଡା, ଜିଲ୍ଲା ଉନ୍ନୟନ ପ୍ରବନ୍ଧକ, ନାବାର୍ଡ ଗଜପତି, ଶ୍ରୀ ଭକ୍ତେଶ୍ୱର ମଲିକ, ସମ୍ପାଦକ,ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ବ୍ରହ୍ମପୁର ଓ ଶ୍ରୀ ଜ୍ଞାନ ରଞ୍ଜନ ମାଝୀ, ଡେପୁଟୀ କଲେକ୍ଟର ପ୍ରମୁଖ ମଞ୍ଚଷିନ ଥିଲେ। ଆଜିର ଏହି ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ରେ ସାଧାରଣ ଚାଷୀମାନଙ୍କ ପାଇଁ କଣ କଣ ଯୋଜନା ରହିଛି ସେହି ବିଷୟ ଉପରେ ଆଲୋଚନା ହୋଇଯାଇଛି । ସମବାୟ ସଂସ୍ଥା ମାଧ୍ୟମରେ ଚାଷୀମାନେ କିପରି ବିନା ସୁଧ ତଥା କମ ସୁଧରେ ଋଣ ପାଇପାରିବେ ସେନେଇ ମଧ୍ୟ ଆଲୋଚନା କରାଯାଇ ଯାହା ଦ୍ୱାରା ଚାଷୀ ସ୍ୱାବଲମ୍ବୀ ହୋଇପାରିବେ । ଏହାଛଡ଼ା ଋଣ ନେଇ ସଠିକ ଜାଗାରେ ନିବେଶ କରିବା ସହ ଋଣ ଆଦାୟ ଉପରେ ଗୁରୁତ୍ୱ ଦେବା ସହ ଲୋକଙ୍କୁ ସଚେତନ କରାଯାଇଛି । ଏହି ଅବସରରେ ଜିଲ୍ଲାର ସମସ୍ତ ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇ ସଚେତନତା କରାଯାଇଛି।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଜିଲ୍ଳାର ସଫଳ ଚାଷୀ ଭାଇଭଉଣୀଙ୍କୁ ମଧ୍ୟ ସମ୍ମାନିତ କରାଗଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ସମବାୟ କେନ୍ଦ୍ର ସମ୍ପାଦକ ଓ ସଭାପତି ପ୍ରମୁଖ ଉପସ୍ଥିତି ଥିବା ବେଳେ ବିଭିନ୍ନ ଗ୍ରାମ ପଞ୍ଚାୟତ କୃଷକ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ।