October 5, 2024

ପୀର ଜାହାନୀଆଁ ବାଲିଯାତ୍ରା ପ୍ରସ୍ତୁତି ବୈଠକ ।

Share

ପୀର ଜାହାନୀଆଁ ବାଲିଯାତ୍ରା ପ୍ରସ୍ତୁତି ବୈଠକ ।

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ପୀର ପୀଠ ବେଳାଭୂମିରେ ଚଳିତ ମାସ ୨୭ ଓ ୨୮ ଦୁଇଦିନ ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରା ର ପ୍ରସ୍ତୁତି ବୈଠକ ଗୁରୁବାର ଦିନ ନିକଟ କୈଲାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ବୈଠକରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ, ମେଳା ପଡିଆ ପ୍ରସ୍ତୁତି,ସୁରକ୍ଷିତ ଦର୍ଶନ,ଆଲୋକିକରଣ,ପାନୀୟ ଜଳ,ଆଇନ ଶୃଙ୍ଖଳା, ଟ୍ରାଫିକ,ସୁରକ୍ଷିତ ସମୁଦ୍ର ସ୍ନାନ,ରାସ୍ତା ସମ୍ପ୍ରସାରଣ ,ବିଦୂତ୍,ଆଦି ଉପରେ ଆଲୋଚନା ଆରମ୍ଭ କରି ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭାଗୀୟ ଅଧିକାରୀ ମାନେ,ଆଲୋଚନାରେ ଭାଗ ନେଇ ଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପର୍ନ୍ନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଶେଷକରି ଅବାଧ ସାଉଣ୍ଡ,ସମୁଦ୍ର ସ୍ନାନ,ଉପରେ ବିଶେଷ ନଜର ସହ,ପୋଲିସ ତରଫରୁ କଣ୍ଟ୍ରୋଲ ରୁମ,ଖୋଲାଯିବା ଓ ,ଅସ୍ତରଙ୍ଗ ଦମକଳ ତରଫରୁ ଲାଇଫ ଗାର୍ଡ ନିଯୁକ୍ତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ବି ଡି ଓ କର୍ଣ୍ଣଦେବ ସମାଦାର,ତହସିଲଦାର ପ୍ରୀୟଙ୍କା ପ୍ରିୟଦର୍ଶନୀ ପତି ,ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ନାୟକ, ଏସ ଡି ପି ଓ,ପ୍ରଭାତ କୁମାର ମଲ୍ଲିକ, ଉପାଧ୍ୟକ୍ଷ ଦୃଜୟ ମିଶ୍ର,ସରପଞ୍ଚ କ୍ଷୀରୋଦ କାଣ୍ଡି, ସମିତ ସଭ୍ୟ ବିମ୍ବାଧର ବିଶ୍ଵାଳ,ମନ୍ତ୍ରୀ ଙ୍କ ପ୍ରତିନିଧି,ଭୀମସେନ ସ୍ବାଇଁ, ଏମ ମି,ପ୍ରତିନିଧି ଚମ୍ପକ ବାରିକ,ଥାନା ଅଧିକାରୀ ରାଜେଶ ବଳିଆରସିଂ,ଗୋଷ୍ଠୀ ସ୍ବାସ୍ଥୟକେନ୍ଦ୍ରର ଅଧିକାରୀ ଡକ୍ଟର ସଞ୍ଜୟ କୁମାର ପ୍ରଧାନ,ଅସ୍ତରଙ୍ଗ ଦମକଳ କେନ୍ଦ୍ର ର ଆଗ୍ନିକ ଅନାମ ଚରଣ ମଲ୍ଲିକ ଓ ନିରଞ୍ଜନ ମାନସିଂହ,ଫରେଷ୍ଟର ବଳରାମ ସାହୁ,ଙ୍କ ସମେତ ପାନୀୟଜଳ ଜେଇ ଭବାନୀ ଶଙ୍କର ମହାନ୍ତି, ବିଦୁତ ଯେଇ ସୁବ୍ରତ ତ୍ରିପାଠୀ ,ଆର ଡି ବିଭାଗର କର୍ମକର୍ତ୍ତା ଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ । ଏହିସବୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଛୁରିଅନା ଗ୍ରାମପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁସ୍ମିତା ମଲ୍ଲିକ ।