March 13, 2026

ଉମରକୋଟ ରେ ସିନେମା ହଲ୍ ଉଦଘାଟନ କଲେ ଜିଲ୍ଲାପାଳ

WhatsApp Image 2023-11-14 at 2.59.53 PM
Share

“କୋନ୍ ପ୍ଲେକ୍ସ ସ୍ମାର୍ଟ ଥିଏଟର”

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉପାନ୍ତ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ପ୍ରଥମ ଥର ପାଇଁଁ ଉଦଘାଟିତ ହୋଇଯାଇଛି,
“କୋନ୍ ପ୍ଲେସ ସ୍ମାର୍ଟ ଥିଏଟର”
ଉମରକୋଟ ବାସୀ ଙ୍କ ବହୁ ଦିନର ଆସା ପୂରଣ ହେଲା। ଏହି ଅତ୍ୟାଧୁନିକ ସ୍ମାର୍ଟ ଥିଏଟର ରେ ଲାଗିଥିବା ସିଟ୍ ଗୁଡ଼ିକ ଅତ୍ୟାଧୁନିକ ଶୈଳୀରେ ହେବା ସହ ଅତି ଆରାମ ଦାୟକ ମଧ୍ୟ ହୋଇଛି। ଉମରକୋଟ ରେ ମନୋରଞ୍ଜନ ପାଇଁ କିଛି ବ୍ୟବସ୍ଥା ନଥିବା ବେଳେ ଏହି ଅଞ୍ଚଳ ର ବ୍ୟକ୍ତିମାନେ 60 କି. ମି. ଦୁର ନବରଙ୍ଗପୁର କିମ୍ବା 60 କି.ମି ଛତିଶଗଡ଼ର କଣ୍ଡଗାଁ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ ତେବେ ପ୍ରଥମ ଥର ପାଇଁ ଉମରକୋଟ ରେ ସିନେମା ହଲ୍ କୁ ନେଇ ଅତ୍ୟନ୍ତ ଖୁସି ଅଛନ୍ତି ଉମରକୋଟ ବାସି। ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀଯୁକ୍ତ କମଳ ଲୋଚନ ମିଶ୍ର ଯୋଗ ଦେଇ ସିନେମା ହଲ୍ ଉଦଘାଟନ କରିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଉମରକୋଟ ର ବହୁ ମନ୍ୟ ଗନ୍ୟ ବ୍ୟକ୍ତି ତଥା ତପନ ଦେବନାଥ, ଆଶୁତୋଷ ହାଲଦର୍, ମନମୋହନ ସେନାପତି, ନଳିନୀ ରଞ୍ଜନ ମିଶ୍ର, ଜୟଦେବ ପରିଡ଼ା,ମୁନା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।