October 5, 2024
Share

ଜାତୀୟ ଶିକ୍ଷା ଦିବସ ପାଳିତ

 

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ସମ୍ପାଦକ ଶ୍ରୀ ଉଦୟ ଚନ୍ଦ୍ର ଚୌଧୁରୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ଡଃ ଦେବାଶିଷ ମହାପାତ୍ର, ସଙ୍ଗୀତା ପାଢ଼ୀ, ଜ୍ୟୋତିର୍ମୟୀ ରାଉତ, ପିଙ୍କି ଗୌଡ଼,ଅମ୍ବିକା କୁମାରୀ ପାତ୍ର ସମେତ ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ଚୈଧୁରୀ ଶିକ୍ଷା ଏବଂ ସହନଶୀଳତା ସମ୍ବନ୍ଦରେ ଅଭିଭାଷଣ ରଖିଥିଲେ।ଏହାପରେ ଅଧକ୍ଷ ପିଲାଙ୍କୁ ନୂତନ ଶିକ୍ଷା ନୀତି ଓ ଭାରତର ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଆଲୋକପାତ କରିଥିଲେ।ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଜାତୀୟ ଶିକ୍ଷା ଦିବସର ଗୁରୁତ୍ବ ଓ କିପରି ଏକ ସୁନାଗରିକ ହୋଇପାରିବେ ସେଥି ନିମନ୍ତେ ନିଜର ମନ୍ତବ୍ୟ ଦେଇଥିଲେ। ଏହା ସହିତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ନୈତିକ ଶିକ୍ଷା ଏବଂ ଏହାର ମୂଲ୍ୟବୋଧ ସମ୍ବନ୍ଧରେ ନିଜେ ନିଜର ଚିନ୍ତାଧାରାକୁ ଉପସ୍ଥାପନା କରିଥିଲେ।ପରବର୍ତ୍ତୀ ସମୟରେ ଗୋଟିଏ ଛାତ୍ର କିମ୍ବା ଛାତ୍ରୀ ନିମନ୍ତେ ଶିକ୍ଷାର ଗୁରୁତ୍ୱ କିମ୍ବା ଆବଶ୍ୟକତା କଣ ରହିଛି ତାହା ବିଷୟରେ ଛାତ୍ରଛାତ୍ରୀ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହାପରେ ଆଲୋକର ପର୍ବ ଦୀପାବଳୀ ନିମନ୍ତେ ସମ୍ପାଦକ ମହୋଦୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା,ସମସ୍ତ କର୍ମଚାରୀ ସମେତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।ପରିଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଶ୍ରୀ ସଙ୍ଗୀତା ପାଢ଼ୀ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ସମାପ୍ତ କରିଥିଲେ।

ରିପୋର୍ଟ ସଞ୍ଚିବ କୁମାର ଦାଶ