September 25, 2026

ଗଜପତି:- ଜୈବ ମଣ୍ଡଳ ସମ୍ପର୍କିତ ଦୁଇ ଦିନିଆ ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20231110-WA0028
Share

ଗଜପତି:- ଜୈବ ମଣ୍ଡଳ ସମ୍ପର୍କିତ ଦୁଇ ଦିନିଆ ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————ରାଜ୍ୟ ଜୈବ ମଣ୍ଡଳ ବୋର୍ଡ ଭୁବନେଶ୍ୱର ଆନୁକୁଲ୍ୟ’ରେ ଗଜପତି ଜିଲ୍ଲା’ର ରାୟଗଡ ଓ ମୋହନା ବ୍ଲକରେ ଜୈବ ମଣ୍ଡଳ ତଥା ଜୈବ ବିବିଧତା ପରିଚାଳନା ସମିତି’ର ଦକ୍ଷତା ବୃଦ୍ଧି ସମ୍ପର୍କିତ ଦୁଇ ଦିନିଆ ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହାୟତାରେ ଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ “ଲିପିକା” ଅନୁଷ୍ଠାନ’ର ସହଯୋଗିତା ରେ ଅନୁଷ୍ଠିତ ହୋଇଯାଇଛି।
ଏହି ଦୁଇ ଦିନିଆ ତାଲିମ ଶିବିର’ରେ ବିଶିଷ୍ଟ ଉଦ୍ଭିଦ ବିଜ୍ଞାନବିତ୍ଡ. ପ୍ରସାଦ କୁମାର ଦାଶ , ଜୀବବିଜ୍ଞାନବିତ୍ ଡ ସତ୍ୟନାରାୟଣ ବେହେରା ତଥା ପ୍ରକଳ୍ପ ସଂଯୋଜକ ଡ.ଶୁଭ୍ରାଂଶୁ ନାଏକ ସମ୍ବଳ ବ୍ଯକ୍ତି ଭାବେ ଯୋଗଦାନ କରିଥିଲେ।
ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ’କୁ ଡି.ଏଫ୍.ଓ. ଶ୍ରୀ ଏସ୍. ଆନନ୍ଦ ଉଦଘାଟନ କରିଥିଲେ।
ରାୟଗଡ ବ୍ଲକ’ର କଇଁପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ’ରେ ମଞ୍ଚାସିନ ବକ୍ତା ମାନେ ଐତିହାସିକ ମହେନ୍ଦ୍ରଗିରି’ର ପରିବେଶ ସୁରକ୍ଷା ଓ ଚୀର ସ୍ଥାୟୀତ୍ୱ, ଦିର୍ଘମିଆଦୀ ଯୋଜନା ପ୍ରଣୟନ ଇତ୍ଯାଦି ଉପରେ ନିଜର ମତବ୍ୟକ୍ତ କରିଥିଲେ। ପ୍ରାସଙ୍ଗିକ ଆଲୋଚନା ମାଧ୍ୟମରେ ଉପସ୍ଥିତ ଜୈବ ମଣ୍ଡଳ କମିଟି’ର ସଭ୍ଯ ଓ ସଭ୍ୟା ମାନଙ୍କୁ ସଚେତନ କରାଇଥିଲେ।
ସେହିପରି ମୋହନା ବ୍ଲକ’ର ଚନ୍ଦ୍ରଗିରି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ’ର ସମ୍ମିଳନୀ କକ୍ଷ ଠାରେ ଦ୍ୱିତୀୟ ଦିବସ’ର ଅନୁଷ୍ଠିତ କାର୍ଯ୍ୟକ୍ରମ’ରେ ବକ୍ତା ମାନେ ଜୈବ ସମ୍ବଳ ପଦ୍ଧତି ଦ୍ବାରା ବ୍ୟବସାୟିକ ଉପକାରିତା ଉପରେ ଗୁରୁତ୍ୱୋରୋପ କରିଥିଲେ।
ଏଥିରେ ୨୦୦ ଜଣ ଜୈବ ମଣ୍ଡଳ କମିଟି’ର ସଭ୍ଯ/ସଭ୍ୟା ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ରାମଗିରି , ଚନ୍ଦ୍ରଗିରି ଓ ମୋହନା’ର ଫରେଷ୍ଟ ରେଞ୍ଜର ତଥା ବିଭାଗୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
ଏହାକୁ “ଲିପିକା” ସ୍ୱେଚ୍ଛାସେବୀ ଅନୁଷ୍ଠାନ’ର ସଂଯୋଜକ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ ପରିଚାଳନା’ରେ ସହଯୋଗ କରିଥିଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-

You may have missed