October 5, 2024

ଗଜପତି:- କୈଲାଶ ସତ୍ୟର୍ଥୀ ଚିଲଡ୍ରେନ ଫାଉଣ୍ଡେସନ ସହାୟତାରେ ଓ ସିସିଡ଼ି: ଅନୁଷ୍ଠାନ ପକ୍ଷ’ରୁ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ।

Share

ଗଜପତି:- କୈଲାଶ ସତ୍ୟର୍ଥୀ ଚିଲଡ୍ରେନ ଫାଉଣ୍ଡେସନ ସହାୟତାରେ ଓ ସିସିଡ଼ି: ଅନୁଷ୍ଠାନ ପକ୍ଷ’ରୁ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ।
——————————————– ଗଜପତି ଜିଲ୍ଲା’ର କୈଳାଶ ସତ୍ୟର୍ଥୀ ଚିଲ୍ଡରେନ୍ ଫାଉଣ୍ଡେସନ ଅନୁଷ୍ଠାନ ସହାୟତା’ରେ ସିସିଡି: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷ’ରୁ ୩ ଦିନ ଧରି ଗଜପତି ଜିଲ୍ଲା’ର ରାୟଗଡ଼ ବ୍ଲକ ଅନ୍ତର୍ଗତ କଇଁପୁର ପଞ୍ଚାୟତ’ର ଅମରସିଙ୍ଗ ଗ୍ରାମ , ରାୟଗଡ଼ ପଞ୍ଚାୟତ’ର ଲକ୍ଷ୍ମୀପୁର କଲୋନୀ , ଲକ୍ଷ୍ମୀପୁର ପଞ୍ଚାୟତ’ର ମାର୍ଗସାହି ଗ୍ରାମ , ତାଳମୁଣ୍ଡା ପଞ୍ଚାୟତ’ର ତାଳମୁଣ୍ଡା ଗ୍ରାମ ଓ ନାରାୟଣପୁର ପଞ୍ଚାୟତ’ର ଅରକପଦା ଗ୍ରାମ’ରେ ଭିନ୍ନ ଭିନ୍ନ ଭାବେ ଗ୍ରାମସ୍ତରୀୟ ଶିଶୁସୁରକ୍ଷା କମିଟି’ ସହଯୋଗ’ରେ “ଶିଶୁ ସୁରକ୍ଷା” ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।
ଉକ୍ତ କର୍ମଶାଳା’ରେ ନାଏବ ସରପଞ୍ଚ , ଆଶା ଓ ଅଙ୍ଗନବାଡି କର୍ମୀ , ସିଆରପି: , ଗ୍ରାମ ମୁଖିଆ , ଗ୍ରାମ’ର କୁଳ ସମାଜ’ର ମୁଖିଆ , ଏମବିକେ:, ୱାର୍ଡ-ମେମ୍ବର , ଶିକ୍ଷକ , ଏସଏଚଜି: ମହିଳା ସଂଘ , କିଶୋର ଓ କିଶୋରୀ ମାନେ ଉପସ୍ଥିତ ଥିଲେ ।
ଅନୁଷ୍ଠିତ କର୍ମଶାଳା କାର୍ଯ୍ୟକ୍ରମ’ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ , କିପରି ଏହି କମିଟି ଗ୍ରାମରେ ଥିବା ପ୍ରତ୍ୟେକ ଶିଶୁର ଯତ୍ନ ଓ ସୁରକ୍ଷା ଦିଗରେ କାର୍ଯ୍ୟ କରିବେ ସେ ସମ୍ପର୍କରେ ବୁଝାଇ ଶିଶୁ ସୁରକ୍ଷା କମିଟି’ର ସଦସ୍ୟ ମାନଙ୍କ କର୍ତ୍ତବ୍ୟ ଓ ଭୂମିକା ସମ୍ପର୍କରେ ବୁଝାଇ ସଚେତନ କରା ଯାଇଥିଲା ।
ଅନ୍ୟପକ୍ଷ’ରେ , ଏହି କମିଟି ଦ୍ବାରା ପ୍ରତ୍ୟେକ ୩ ମାସ’କୁ ଥରେ ବୈଠକ କରାଯାଇ ଶିଶୁ ମାନଙ୍କ ବିଷୟରେ ଆଲୋଚନା କରାଯିବା ସହ , ସରକାର’ଙ୍କ ବିଭିନ୍ନ ଯୋଜନାରେ କିପରି ଅବହେଳିତ ଶିଶୁମାନଙ୍କୁ ଅନ୍ତର୍ଭୁକ କରାଯାଇ ସେମାନଙ୍କୁ ସେମାନଙ୍କ ଅଧିକାର’କୁ ସୁନିଶ୍ଚିତ କରିବା ସେ ସମ୍ପର୍କରେ କୁହା ଯାଇଥିଲା ।
ମୁଖ୍ୟତଃ ଗ୍ରାମରେ ବାଲ୍ୟବିବାହ , ଶିଶୁ ଯୌନ ନିର୍ଯାତନା , ଶିଶୁ ଶ୍ରମିକ ଓ ଶିଶୁ ଚାଲାଣ ଇତ୍ୟାଦି କୁ କିପରି ରୋକାଯାଇ , ଗ୍ରାମ’କୁ କିପରି ଏକ ଆଦର୍ଶ ଗ୍ରାମ ସମେତ ଶିଶୁ ମିତ୍ର ଗ୍ରାମ ଓ ଶିଶୁମିତ୍ର ପଞ୍ଚାୟତ ଗଠନ କରାଯାଇ ପାରିବ , ସେହି ଦିଗରେ ସମସ୍ତ ଗ୍ରାମବାସୀ ଓ କମିଟି ମିଳିତ ଉଦ୍ୟମ’ରେ ଆଗକୁ ନେବା ଉପରେ ବୁଝାଇ ସଚେତନ କରା ଯାଇଥିଲା ।
ଶେଷରେ ଆଦର୍ଶ ଗ୍ରାମ ସମେତ ଶିଶୁ ମିତ୍ର ଗ୍ରାମ ଓ ଶିଶୁମିତ୍ର ପଞ୍ଚାୟତ ଗଠନ କରିବା ନେଇ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଏକ ଶପଥପାଠ କରା ଯାଇଥିଲା ।
ଏଥିରେ ସିସିଡି’ର ସମ୍ପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ଉପସ୍ଥିତ ଥିବା ବେଳେ ସଂଯୋଜକ ଶ୍ରୀ ବିଜୟ କୁମାର ପ୍ରଧାନ’ଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା’ରେ ସହଯୋଗ କରିଥିଲେ.।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-