କୋରାପୁଟ ଜ଼ିଲ୍ଲା କୁନ୍ଦ୍ରା ବ୍ଲକରେ କୃଷି ମେଳା ଅନୁଷ୍ଠିତ
କୁନ୍ଦୁରା ତା 7. 2 କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ ସଭା ଗୃହଠାରେ ଦାକ୍ଷିଣାଞ୍ଚଳ କୃଷି ମେଳା ଓ ଜଳ ଓ ପରିମଳ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ପୃଥକ୍ ପୃଥକ୍ ଭାବେ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଜୟନ୍ତୀ କୁଶପାରିଆ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କୃଷି ମେଳାର ମୁଖ୍ୟ ଉଦ୍ଦେଶ୍ୟ କଣ ଓ ଚାଷୀଙ୍କ ନିମନ୍ତେ କୃଷି ଯନ୍ତ୍ରପାତି କିଣାରେ ଥିବା ରିହାତି ଆଦି ବିଷୟରେ ଆଲୋଚନା କରିବା ସହ ଯେଉଁ ଚାଷୀଙ୍କ DBT ଥିବ ସେମାନେ ଏହି ସୁବିଧା ପାଇପାରିବେ l ଯେଉଁ ମାନଙ୍କର DBT ହୋଇନାହିଁ ସେମାନେ ପଞ୍ଚାୟତ ରେ ଆସି dbt କରିପାରିବେ ବୋଲି ସୂଚନା ଦେଇଥିଲେ l ପ୍ରଥମ ଥର ପାଇଁ ଅନୁଷ୍ଠିତ କୃଷିମେଳା ରେ କୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବା ଜନ୍ତ୍ରପାତି ଗୁଡ଼ିକ ବୁଲି ଦେଖିବା ସହ ଆବଶ୍ୟକ ଜନ୍ତ୍ରପାତି ରିହାତି ମୂଲ୍ୟରେ କିଣିବା ପାଇଁ ଏହା ଏକ ବଡ଼ ସୁଯୋଗ ଥିବା କହିଥିଲେ ସହକାରୀ ଟେକ୍ନୋଲୋଜି ପରିଚାଳକ ଅନିଲ କୁମାର ବାଘ l ସେହିଭଳି ପାଇଖାନା ପାଇଥିବା ସମସ୍ତ ହିତାଧିକାରୀଙ୍କ ଘରେ soak ପିଟ ଓ କମ୍ପଷ୍ଠ ପିଟ ନିର୍ମାଣ ଓ ବ୍ୟହହାର କୁ ନେଇ ଆଲୋଚନା ଏବଂ ଏହି ଯୋଜନା ଦ୍ୱାରା ପରିବାର ଓ ଗାଁ ସ୍ଵଚ୍ଛ ଓ ପରିମଳ ରହିବl ନେଇ ସଚେତନ କରିଥିଲେ ବ୍ଲକ resorch କୋ ଅର୍ଡିନେଟର ପିଣ୍ଟୁ କୁଲଦୀପ l ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତର ପ୍ରତି ଗାଁ ରୁ ଚାଷୀ, ୱାର୍ଡ଼ ସଭ୍ୟ ସଭ୍ୟା ଙ୍କ ସମେତ grs K ପ୍ରଶାନ୍ତ କୁମାର, je ସଶ୍ମିତା ପାତ୍ର, ପ୍ରମୁଖ ଯୋଗ ଦେଇଥିଲେ l
କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟନାୟିକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା