August 26, 2026

ପରିଷଦର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟତା ବଜାୟରଖିବାପାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିଷ୍ପତି ନିଆଯାଇଛି |

IMG-20231104-WA0029
Share

ପରିଷଦର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟତା ବଜାୟରଖିବାପାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିଷ୍ପତି ନିଆଯାଇଛି |
1. ଗୃହ ପାଳିତ ପଶୁ ଗୁଡିକର ମାଲିକ ମାନେ କ୍ଷୀର ଆଦାୟ କରି ସାରିବା ପରେ ବାଛୁରୀକୁ ନିଜ ହେପାଜତରେ ରଖି ଗାଇଗୁଡିକୁ ଦିନ ରାତି, ଖରା, ବର୍ଷା, ଶୀତରେ ସର୍ବସାଧାରଣ ରାସ୍ତାରେ ଛାଡିବା ଦ୍ୱାରା ବିଭିନ୍ନ ପ୍ରକାର ଅଖାଦ୍ୟ ଯେପରି ପ୍ଲାଷ୍ଟିକ ପଲିଥିନ ଆଦି ଖାଇ ମୃତ୍ୟୁବରଣ କରିବାସହ ମୁଖ୍ୟରାସ୍ତାରେ ପ୍ରତିଦିନ ଟ୍ରାଫିକ ସମସ୍ୟା ଉପୁଜୁଥିବା ଘଟଣା ପରିଷଦର ଦୃଷ୍ଟିଗୋଚର ହୋଇଛି |
ବିଶେଷକରି ପେଣ୍ଠସାହି, ବାଙ୍କ ବଜାର, ଓ ମେଇନ ରୋଡ଼ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ ଗାଈଗୋରୁ ଗୁଡିକ ଦିନରାତି ଶୋଇରହୁଥିବାର ଦେଖିବାକୁ ମିଳୁଛି | ପରିଷଦ ତରଫରୁ ଡକାଵାଜି ଯନ୍ତ୍ର ଦ୍ୱାରା ସଚେତନ କରିବା, ନିର୍ଦ୍ଧିଷ୍ଟ କିଛି ମାଲିକଙ୍କୁ ବାରମ୍ବାର ତାଗିଦ କରି ଗାଇବଳଦ ଗୁଡିକୁ ଜବତ କରି ଜରିମାନା ଆଦାୟ କରିବା ସତ୍ୱେ ଗାଇବଳଦ ମାଲିକ ମାନଙ୍କ ଖାତିର ନଥିବା ଭଳି ମନେହେଉଛି |
ଏଣୁ ପରିଷଦର ନିଷ୍ପତି ଅନୁଯାୟୀ ତା -5-11-2023 ରିଖ ପରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କ୍ଷେତ୍ରରେ ଗାଇବଳଦ ଗୁଡିକୁ ରାସ୍ତାରେ ବୁଲୁଥିବା କିମ୍ବା ରାସ୍ତାରେ ଶୋଇଥିବା ର ଦୃଷ୍ଟିଗୋଚର ହେଲେ ପରିଷଦ ତରଫରୁ ସେଗୁଡିକୁ ଉଦ୍ଧାରକରି ନିକଟସ୍ଥ ଗୋଶାଳାକୁ ରାକ୍ଷଣବେକ୍ଷଣ ପାଇଁ ପଠାଇ ଦିଆଯିବ ଏବଂ ସମ୍ପୃକ୍ତ ମାଲିକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିଷଦରେ ନିଷ୍ପତି ନିଷ୍ପତ୍ତି ଗ୍ରହଣ କରାଯାଇଛି |
ଏଣୁ ସମ୍ପୃକ୍ତ ଗାଈଗୋରୁ ମାଲିକ ମାନଙ୍କୁ ଜଣାଇଦିଆଯାଉଛି ଯେ, ଗାଈଗୋରୁଙ୍କୁ ନିକଟସ୍ଥ ଗୋଚର ଜମିରେ ଚରାଇବା ପରେ ନିଜ ଗୁହାଳରେ ରଖନ୍ତୁ | ସନ୍ଧ୍ୟା 5.00 ଘଟିକାରୁ ସକାଳ 5.00 ଘଟିକା ମଧ୍ୟରେ ଗାଈଗୋରୁ ଗୁଡିକ ରାସ୍ତାରେ ଶୋଇଥିବାର ଦୃଷ୍ଟିଗୋଚର ହେଲେ ସେହି ଗାଈଗୋରୁଗୁଡ଼ିକୁ ଜବତ କରାଯିବ | ପୂର୍ବରୁ ମଧ୍ୟ ଡ଼ାକବାଜି ଯନ୍ତ୍ରଦ୍ୱାରା ସର୍ବସାଧରଣଙ୍କୁ ଅବଗତ କରାଯାଇଥିବା ଏନଏସି କାଯ୍ୟନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର ପ୍ରକାଶ କରିଛନ୍ତି ।                                                                                                                                                                                                                          ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed