୫୨ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

IMG-20231103-WA0031
Share

୫୨ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୁଗୁଡା : ତା ୦୩/୧୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ଆୟୋଜିତ ୫୨ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରାୟୋଜିତ ଉକ୍ତ ତ୍ରିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ଆୟୋଜନ କରୁଥିବା ବେଳେ ଏଥିରେ ବିଭିନ୍ନ ମହାବିଦ୍ୟାଳୟର ୨୩ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅବସରରେ ପିପୁଲ୍ସ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଅଂଶଗ୍ରହଣକାରୀ ଦଳଗୁଡ଼ିକର ପ୍ଯାରେଡ୍ ଅଭିବାଦନ ଗ୍ରହଣ କରିଥିଲା ବେଳେ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦ ପ୍ରତିନିଧି ରାଜେଶ କୁମାର ମହାନ୍ତି ଓ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ଉପସଭାପତି ସୁଶାନ୍ତ କୁମାର ସାହୁ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ଯାଚଟି ବେଲେଶ୍ୱର ମହାବିଦ୍ୟାଳୟ,ଗଣ୍ଡୋଳା ଏବଂ ସିଟି କଲେଜ,ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ଯାଚଟିକୁ ଆମ୍ପାୟର ଭଞ୍ଜ କିଶୋର ଗୌଡ ଓ ଜଗନ୍ନାଥ ମହାନ୍ତି ପରିଚାଳନା କରିଥିବା ବେଳେ ସୁବାସ ଗୌଡ, ଲିମା ବେହେରା ଓ ଦୀପକ ସାହୁ ପ୍ରମୁଖ ରେଫେରି ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ ସୁଧାକର ବିଷୋୟୀ ପର୍ଯ୍ଯବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଶ୍ରୀନିବାସ ଦୋରା ଟୁର୍ଣ୍ଣାମେଣ୍ଟ ପରିଚାଳନା ଦାୟିତ୍ବରେ ରହିଥିବା ଜଣାଯାଇଛି ।

You may have missed