ବୋଲଗଡ ବ୍ଲକକୁ ମରୁଡି ଘୋଷଣା ଦାବିନେଇ ଆନ୍ଦୋଳନ କରି ଦାବିପତ୍ର ଦେଲେ ଶତାଧିକ ଚାଷୀ ।
ବୋଲଗଡ ବ୍ଲକକୁ ମରୁଡି ଘୋଷଣା ଦାବିନେଇ ଆନ୍ଦୋଳନ କରି ଦାବିପତ୍ର ଦେଲେ ଶତାଧିକ ଚାଷୀ ।
ବୋଲଗଡ଼,୦୩/୧୧(ଉପାନ୍ତ ଓଡିଶା): ଚଳିତବର୍ଷ ଏଲନିନୋ ପ୍ରଭାବରେ ଦେଶରେ ସ୍ୱାଭବିକ ଠାରୁ କମ୍ ପରିମାଣର ମୈାସୁମୀ ଜନିତ ବର୍ଷା ହୋଇଛି । ଏହାର ପ୍ରଭାବ ପଡିଛି ଓଡ଼ିଶାରେ । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଭବିକ ଠାରୁ ନିଅଣ୍ଟିଆ ବର୍ଷା ହେବା ଫଳରେ ସମଗ୍ର ଜିଲ୍ଲାରେ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି । ବୋଲଗଡ଼ ବ୍ଲରେ ଚଳିତବର୍ଷ ୧୪୫୦୦ ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ହୋଇଛି । ଏହି ଅଞ୍ଚଳରେ ଜଳସେଚନର ସେଭଳି ଆଖିଦୃଷ୍ଟିଆ ସୁବିଧା ନାହିଁ । ୮ଗୋଟି ଯୁଦ୍ର ଜଳସେଚନ ବିଭାଗର ବନ୍ଧମାନଙ୍କରେ ପାଣି ପରିମାଣ କମ ରହିଛି । ଚାଷୀମାନେ ବ୍ଲକର ୨୨ଗୋଟି ପ୍ରାଥମିକ ସେବାସମବାୟ ସମିତିରୁ ଧାନ ଚାଷପାଇଁ ନେଇଥିବା ଋଣ କିପରି ସୁଝିବେ ତାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ତ୍ତମାନ ଧାନ ଥୋଡ ଧରୁଥିବାବେଳେ ଢିପ ଜମି ଫାଟି ଆଁ କଲାଣି । ରାଜ୍ୟସରକାର ଏଥିପାଇଁ ବିହୀତ ପଦକ୍ଷେପ ନେବାପାଇଁ ବିଭିନ୍ନ ପଞ୍ଚାୟତର ଚାଷୀସଙ୍ଗଠନ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବ୍ଲକ କୃଷି ଅଧିକାରୀଙ୍କୁ ଓ ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ କରିବାପାଇଁ ଆଜି କୃଷି କାର୍ଯ୍ୟାଳୟ ଠାରୁ ଶତାଧିକ ଚାଷୀ ମାନଙ୍କୁ ନେଇ ଶୋଭାଯାତ୍ରାରେ ବାହାରି ଥିଲେ ।୩ଦଫା ଦାବି ନେଇ ନାରାବାଜି ଦେବା ସହିତ ବୋଲଗଡ ବ୍ଲକ କୁ ମରୁଡି ଘୋଷଣା , କୃଷିରୁଣ ସମ୍ପୂର୍ଣ ଛାଡ କରିବା , ଜବାଦ୍ କ୍ଷତି ଗ୍ରସ୍ତ ଚାଷୀ ମାନଙ୍କର ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା ପ୍ରଦାନ କରିବା ଭଳି ଦାବି ଗୁଡ଼ିକ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲ ଦାରଙ୍କୁ ଦାବିପତ୍ର ଦେଇଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।