March 13, 2026

ମୋହନାରେ ନିର୍ମାଣ ହେବ ବୃହତ୍ତର ବସ ରହଣୀ ସ୍ଥଳ

WhatsApp Image 2023-11-03 at 11.48.18 AM
Share

—–
ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ଏହି ରାସ୍ତା ଦେଇ ଓଡ଼ିଶାର ବହୁ ଦୂରଦୂରାନ୍ତ କୁ ବହୁ ଯାତ୍ରୀବାହି ବସ ଦିବାରାତ୍ର ଯାତାୟାତ କରୁଛି। ଏଠାରେ ଦୀର୍ଘ ଦିନ ସ୍ଥାନୀୟ ଲୋକଙ୍କ ଦାବୀ ପରେ ଗତ କିଛି ମାସ ପୂର୍ବେ ଏକ ଛୋଟ ଧରଣର ବସ ରହଣୀ ସ୍ଥଳ ନିର୍ମାଣ ମୋହନା ବ୍ଲକ ଦ୍ଵାରା ନିର୍ମାଣ ହୋଇଥିଲା। ସେହି ବସ ରହଣୀ ସ୍ଥଳରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ସେପରି କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ଗଜପତି ଜିଲ୍ଲାର ବିଜେଡି ସଭାପତି ଜଗବନ୍ଧୁ ଦାସ ନୂତନ ଭାବେ ଜିଲ୍ଲାର ଦଳୀୟ ଦାୟିତ୍ଵ ନେବାପରେ ମୋହନା ବ୍ଲକ ଗସ୍ତରେ ଆସି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଅଭାବ ଅସୁବିଧା ସମ୍ପର୍କରେ ପଚାରି ଅବଗତ ହୋଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ମୋହନା ଠାରେ ଥିବା ଅସୁବିଧା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ସଭାପତିଙ୍କ ଅନୁରୋଧ ପ୍ରକାରେ ପ୍ରଥମ ଦଫାରେ ଏକ ବୃହତକାର ବସ ରହଣୀ ସ୍ଥଳ ନିର୍ମାଣ ନିମନ୍ତେ ଘୋଷଣା କରିବା ସହ ଚାରି କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ କରି ଆଭାସି ମାଧ୍ୟମରେ ଗତ କିଛଦିନ ପୂର୍ବେ ଘୋଷଣା କରିଥିଲେ। ନୂତନ ବସ ରହଣୀ ସ୍ଥଳ ଘୋଷଣା ପରେ ସ୍ଥାନୀୟ ଅଂଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଏହା ସହ ନୂତନ ବସ ରହଣୀ ସ୍ଥଳ ଏକ ଅତ୍ୟାଧୁନିକ ବ୍ୟବସ୍ଥା ରହି ନିର୍ମାଣ ଯଥାଶୀଘ୍ର ଆରମ୍ଭ ହେବ ବୋଲି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଆମ ପ୍ରତିନିଧିଙ୍କ ସହ ଆଲୋଚନା କରି ପ୍ରକାଶ କରିଛନ୍ତି।