March 13, 2026

ୟୁଜେଏ ଭଞ୍ଜନଗରର ନୂତନ କର୍ମକର୍ତ୍ତା ଚୟନ ଭଞ୍ଜନଗର, 3.11.2023

IMG-20231103-WA0004
Share

ୟୁଜେଏ ଭଞ୍ଜନଗରର ନୂତନ କର୍ମକର୍ତ୍ତା ଚୟନ
ଭଞ୍ଜନଗର, 3.11.2023
ଉତ୍କଳ ସାମ୍ବାଦିକ ସଙ୍ଘ ଭଞ୍ଜନଗର ଶାଖା ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବୁଧବାର ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଅନିଲ କୁମାର ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରାଦ୍ୟୁମ୍ନ ପାତ୍ର,ସମ୍ମାନିତ ଅତିଥି ରୂପେ ଜୟକୃଷ୍ଣ ପଟ୍ଟନାୟକ,ଜିଲ୍ଲା ଉପସଭାପତି ରବୀନ୍ଦ୍ର ଗୌଡ଼ ଯୋଗ ଦେଇଥିଲେ।କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭବାନୀ ଶଙ୍କର ପାଳ, ସାଧାରଣ ସମ୍ପାଦକ ରାଜେଶ କୁମାର ପଣ୍ଡା, ସହ ସମ୍ପାଦକ ମନୋଜ କୁମାର ଗୌଡ଼, ବ୍ଲକ ସଂଯୋଜକ ଧନଞ୍ଜୟ ପଟ୍ଟନାୟକ, କୋଷାଧକ୍ଷ ଅରକ୍ଷିତ ପରିଛାଙ୍କୁ ମନୋନୀତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ସାମ୍ବାଦିକ ରାଜେଶ କୁମାର ପଣ୍ଡା ସଂଯୋଜନା କରିଥିଲେ ।ଆଗାମୀ ଦିନରେ ସଂଘ ସମାଜର ଉନ୍ନତି ଓ ବିଭିନ୍ନ ସମସ୍ୟା ସମାଧାନ କରିବାରେ କାର୍ଯ୍ୟ କରିବା ପାଇଁ ସମସ୍ତ ସଦସ୍ୟ ଶପଥ ପାଠ କରିଥିଲେ। କାର୍ଯ୍ୟକାରୀ କମିଟିରେ ବିଶ୍ୱମ୍ବର ଜେନା, ଗିରିଶ ଚନ୍ଦ୍ର ସାହୁ, ସୌମ୍ୟଜିତ ପ୍ରଧାନ, ନିଲୁ ବିଷୋୟୀ, ଅନିଲ ସେଠି, ଦୀପକ ମହାନ୍ତି, ପଞ୍ଚାନନ ସାହୁ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ସନ୍ତୋଷ ପ୍ରଧାନ, ଶିବ ଶଙ୍କର ପ୍ରଧାନ, ସୁଜିତ ବିଷୋୟୀ, ଅରୁଣ ସ୍ୱାଇଁ ଉପସ୍ଥିତ ଥିଲେ। ଲୋକ ସୂଚନା ଓ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ, ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଓ ଅନ୍ୟମାନେ ସଂଘର ନୂତନ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।                                                                                                                                                      ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ