August 26, 2026

ଜିଲ୍ଲା ସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

IMG-20231103-WA0001
Share

ଜିଲ୍ଲା ସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

===========≠=========
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଏବଂ ଦିଗଦର୍ଶନ ଫାଉଣ୍ଡେସନ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆସନ୍ତା 26 ରେ ଜିଲ୍ଲା ସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିପାଇଁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ଠାରେ ବୁଧବାର ଏକ ପାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଦିଗଦର୍ଶନ ଫାଉଣ୍ଡେସନ ନିର୍ଦ୍ଦେଶକ ଉମାକାନ୍ତ ବେହେରା ଅଧକ୍ଷତା କରିଥିଲେ l ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ସଭାପତି ଶବର କୁମାର ତରାଇ, ମ୍ୟାନେଜର ଗୋବିନ୍ଦ ରେଡ଼ି, ଯୁବ ସ୍ବେଛାସେବୀ ସୁଧୀର କୁମାର ପାଢ଼ୀ, ଯୁବ ସଂଗଠକ ରାକେଶ ରଞ୍ଜନ ଦାସ,ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ମୁଖ୍ୟ ବଳରାମ ତରାଇ, ପ୍ରେସ କ୍ଳବ ସମ୍ପାଦକ ବିଦ୍ୟାଧର ସାହୁ, ଫାଉଣ୍ଡେସନ ଉପସଭାପତି ରାକେଶ କୁମାର ନାୟକ, ସଂପାଦିକା ବିଜୟ ଲକ୍ଷ୍ମୀ ମହାଙ୍କୁଡ, ସହସଂପାଦକ ସୁଦର୍ଶନ ପାଢ଼ୀ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ସୁନୀଲ କୁମାର ବେହେରା, ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ,ରଜନୀ ରେଡ଼ି, ପପୁ ପଣ୍ଡା, ଋତୁରାଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି ସଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ସ୍ଥାନୀୟ ଅଞ୍ଚଳର ଲୋକକଳା ସ୍ଥାନିତ ହେବ l ଏଥିସହ ବିଭିନ୍ନ ସ୍କୁଲ ଛାତ୍ରୀଛାତ୍ର ନୃତ୍ୟ ପରିବେଷଣ କରିବେ l ଏଥିପାଇଁ ଗୁରୁବାର ଠାରୁ ଅନଲାଇନରେ ନିଜ ଗ୍ରୁପ ଓ ନାମ ପଞ୍ଜିକରଣ କରିପାରିବେ l ତତ ସଙ୍ଗେ ସଙ୍ଗେ ଅଫ ଲାଇନରେ ମଧ୍ୟ ସିଧା ସଳଖ ଅନୁଷ୍ଠାନ ସହ ଯୋଗାଯୋଗ କରି ନିଜ ଗ୍ରୁପର ନାମ ପଞ୍ଜିକରଣ କରିଥିଲେ l କାର୍ଯ୍ୟକ୍ରମରେ ଅତିଥି ବିଷୟ, ଷ୍ଟେଜ, ଲାଇଟ ଏଣ୍ଡ ସାଉଣ୍ଡ ଏବଂଆଇନ ଶୃଙ୍ଖଳା ଆଦି ଉପରେ ଆଲୋଚନା ହୋଇଥିଲା l

You may have missed