March 13, 2026

*ଗଜପତି ସ୍ମରଣିକା* *କମିଟିର ପ୍ରଥମ ଵୈଠକ*

IMG-20231101-WA0017
Share

*ଗଜପତି ସ୍ମରଣିକା* *କମିଟିର ପ୍ରଥମ ଵୈଠକ*

ପାରଳାଖେମୁଣ୍ଡି ,ତା:୦୧.୧୧.୨୦୩

ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ଏହି ପରିପ୍ରେକ୍ଷୀରେ ସ୍ମରଣିକାର ବଜେଟ୍ ଉପସ୍ଥାପନ ଏବଂ ସର୍ବ ସମ୍ମତି ଗ୍ରହଣ, ଏବଂ ଏଥର ସୀମିତ କଳେବର ସହ ଉପାଦେୟ ଲେଖା ଗ୍ରହଣ ନିମନ୍ତେ ନିଷ୍ପତି ଗ୍ରହଣ କରାଗଲା। ସମସ୍ତ ଲେଖା ସଂକ୍ଷିପ୍ତ ହେବା ବାଞ୍ଛନୀୟ। ଗଜପତିର କଳା,ଲୋକ ସଂସ୍କୃତି,ଲୋକ ସାହିତ୍ୟ, ଏବଂ ଅନାଲୋଚିତ ପ୍ରତିଭାଙ୍କୁ ସ୍ମରଣିକାରେ ପ୍ରକାଶିତ ହେବ। *ଚଳିତ* *ମାସ ତା:୧୫.୧୧.୨୦୨୩* *ରିଖ* ସୁଦ୍ଧା ଲେଖାଗୁଡ଼ିକ ମାରଫତ ଜିଲ୍ଲା ସୂଚନା ଅଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ବୈଠକରେ ପ୍ରଦୀପ ଗୁରୁମାଇ, ଡ.ଅଜୟ କୁମାର ତ୍ରିପାଠୀ, ବିଚିତ୍ରାନନ୍ଦ ବେବର୍ତ୍ତା, ଡ.ଚନ୍ଦ୍ର ଶେଖର ଦାସ,ଡ.କଲ୍ୟାଣୀ ମିଶ୍ର, ଆଶାଲତା ପାଣିଗ୍ରାହୀ, ଲୋକନାଥ ପଣ୍ଡା, ବିନୋଦ ଚନ୍ଦ୍ର ଜେନା, ପ୍ରଭୃତି ଯୋଗଦାନ କରିଥିଲେ। ଶେଷରେ ଡ.କଲ୍ୟାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।