September 29, 2024

କୁସୁମୀ ଠାରେ କୁମାରପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ସମାପନ

Share

କୁସୁମୀ ଠାରେ କୁମାରପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ସମାପନ

 

କୋରାପୁଟ ଜ଼ିଲ୍ଲାକୋଟପାଡ଼ ବ୍ଲକ ଅନ୍ତର୍ଗତ କୁସୁମି ଗ୍ରାମ ଠାରେ କୁମାର ପୂର୍ଣ୍ଣିମା ଦିନ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ବହୁ ଆଡ଼ମବରରେ ଅନୁଷ୍ଠିତ ହୋଇଥିଲା। ଏହି ପୂଜା କୁ କୁସୁମୀ ବ୍ରାହ୍ମଣ ସମାଜ ଦ୍ୱାରା ଆୟୋଜନ କରାଯାଇ ଥିଲା। ତ୍ରି ଦିନାତ୍ମକ ଏହି ଗଜଲକ୍ଷ୍ମୀ ପୂଜାରେ କୁସୁମୀ ଅଞ୍ଚଳ ର ବହୁ ଜ୍ଞାନୀ ଗୁଣୀ ଭଦ୍ର ବ୍ୟକ୍ତି ମାନେ ଯୋଗ ଦେଇ ପୂଜାକୁ ସାଫଲ୍ୟ ମଣ୍ଡିତ କରିବାରେ ସହୋଜୋଗି ହୋଇଥିଲେ। ଗତ ଶୁକ୍ରବାର (27/10/23)ଦିନ ପୂଜା ନିମନ୍ତେ ଗଙ୍ଗା ଆବାହନ ଜଳ ଯାତ୍ରା ହୋଇଥଲା। ଶନିବାର କୁମାର ପୂର୍ଣ୍ଣିମା ଦିନ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ ପୂଜା ଠାରୁ ଆରମ୍ଭ ହୋଇ ମାଁ ଙ୍କ ଶ୍ରୀ ବିଗ୍ରହ ର ପ୍ରାଣ ପ୍ରତିଷ୍ଠା , ସୋଡୋଷ ଉପୋଚାର ପୂଜା ଏବଂ ଶତାଧିକ ମନ୍ତ୍ର ରେ ଜଗତ କଲ୍ୟାଣ ନୀମୋନ୍ତେ ଆହୁତି ପ୍ରଦାନ କରାଯାଇ ଥିଲା। ଏହି ପୂଜାରେ ୩ଦିନ ପଯ୍ୟନ୍ତ ୩୦୦୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କ ପାଇଁ ଅର୍ଣ୍ଣ ପ୍ରାସାଦ ର ଆୟୋଜନ କରାଯାଇ ଥିଲା। ପରିଶେଷରେ ସମୋବାର ଦିନ ପୂର୍ଣ୍ଣାହୁତି ହୋଇ ସାଂସ୍କୃତିକ ବାଦ୍ୟ ଏବଂ ସଙ୍କୀର୍ତ୍ତନ ମାଧ୍ୟମ ରେ ଭସାଣି ଯାତ୍ର କୁ ଶାନ୍ତିପୂର୍ଣ୍ଣ ଭାବରେ ସମାପନ କରାଯାଇ ଥିଲା। କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା