ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

IMG-20231028-WA0019
Share

ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା
ଅନୁଷ୍ଠିତ
ବୁଗୁଡ଼ା : ତା ୨୮/୧୦/୨୩ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ
ସ୍ଥାନରେ କୁମାର ପୂର୍ଣ୍ଣମୀ ଅବସରରେ ଗଜଲକ୍ଷ୍ମୀ ପୂଜା
ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା
ସହରର ବଡଦାଣ୍ଡ, ହାଇସ୍କୁଲ ଛକ ଓ ବ୍ଲକ କଲୋନୀ
ସମେତ ଗୋଲାମୁଣ୍ଡୁଳା , ମାଣିତରା, ଆଦିପୁର, ଖୋଳଖାଳି,ବି.କରଡ଼ାବାଡ଼ି, ଚଢିଆପଲ୍ଲୀ, ଗୋଲିଆ, ଚିରିକିପଡା ଆଦି ବିଭିନ୍ନ ଗ୍ରାମରେ ଗଜଲକ୍ଷ୍ମୀଙ୍କ ପୂଜା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ପୁରୋହିତମାନଙ୍କ ଦ୍ବାରା ବିଭିନ୍ନ ପୂଜାମଣ୍ଡପରେ ବିରାଜିତ ଗଜଲକ୍ଷ୍ମୀଙ୍କର ହୋମ ଯଜ୍ଞ ସହ ପୂଜା ମନ୍ନ ପାଠ ଆଦି କାର୍ଯ୍ୟକ୍ରମ ହୋଇଥିଲା ।
ସ୍ଥାନୀୟ ବ୍ଲକ୍ କଲୋନୀ ପୂଜା ମଣ୍ଡପରେ ଦେବୀ ଗଜଲଷ୍ମୀଙ୍କ ପୂଜା କାର୍ଯ୍ୟ ପୁରୋହିତ ଶଷ୍ଠି ପ୍ରସାଦ ହୋତା ଦ୍ବାରା ସମ୍ପାଦିତ ହୋଇଥିଲା ବେଳେ କର୍ତ୍ତା ଭାବେ ନିଳାଞ୍ଚଳ ପଣ୍ଡା ଦାୟିତ୍ବ ନିର୍ବାହ କରିଥିଲେ ।ସେହିପରି ହାଇସ୍କୁଲ ଛକ ପୂଜା ମଣ୍ଡପରେ ମା ଗଜଲଷ୍ମୀଙ୍କ ପୂଜାକାର୍ଯ୍ୟରେ ପୁରୋହିତ ଭାବେ ଦିଲ୍ଲୀପ କୁମାର ଦାଶ ଏବଂ କର୍ତ୍ତା ଭାବେ ଇନା ନାୟକ ଯୋଗ ଦେଇଥିଲେ । ତେବେ ଏଥର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଅପରାହ୍ନ ୪ଟା ସୁଦ୍ଧା ମା ଗଜଲଷ୍ମୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।