October 6, 2024

ବିଧାୟକଙ୍କ ଦ୍ବାରା ୯୪ଜଣ ପରିବାରକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ

Share

ବିଧାୟକଙ୍କ ଦ୍ବାରା ୯୪ଜଣ ପରିବାରକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ

ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଶୁକ୍ରବାର ଦିନ ରାମନାଗୁଡା ତହସିଲ ଅନ୍ତର୍ଗତ ରାଜସ୍ୱ ବିଭାଗ ପକ୍ଷରୁ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଏଥିରେ ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ବରିଷ୍ଠ ନେତା ଗଗନ ଆଚାର୍ଯ୍ୟ,ପ୍ରଶାନ୍ତ ଗୈଡ ,କମଳ ମୁଟୁକା, ବିଜୟ ମାଣ୍ଡାଙ୍ଗୀ, ବନମାଳୀ ମହାରଣା,ମକର ଧୋବା, ରଞ୍ଜନ ନାୟକ ବେହେରା, ଆନନ୍ଦ ପରିଛା,ଶିବ ପ୍ରସାଦ ବ୍ରହ୍ମା,ଭି କୁମାର ସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ରାମନାଗୁଡା ତହସିଲ ଅନ୍ତର୍ଗତ ବିଭିନ୍ନ ରାଜସ୍ବ ସର୍କଲର ସମୁଦାୟ ୯୪ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ସେହିପରି କୁଜେନ୍ଦୀ ରାଜସ୍ବ ସର୍କଲର ତାମିଙ୍ଗି ଗ୍ରାମରେ ପ୍ରଥମେ ବିଧାୟକ ରଘୁନାଥ ଗମାଙ୍ଗ ପହଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ପରେ ତାମିଙ୍ଗି ଗ୍ରାମର ୨୧ଜଣ ପରିବାରକୁ ପଟ୍ଟା ବଣ୍ଟନ କରାଯାଇଥିବାବେଳେ ଗୋପାଳପୁର ୯ଜଣ,ରାମନାଗୁଡାରେ ୧୦ଜଣ,ପୁରଟିଗୁଡାରେ ୧ଜଣ,ସୁଲୁଡିରେ ୪୧ଜଣ ପରିବାରକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିବାବେଳେ ହାଡୁଗୁଡାରେ ୧୧ଜଣ ଓ ପାଲିକିଡାଙ୍ଗରେ ୧ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା।ଏହି ଜଙ୍ଗଲ ଜମି ପଟ୍ଟା ପାଇଲା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଯାଦ୍ୱାରା ସେହି ଜଙ୍ଗଲ ଜମି ରେ ଅଧିକ ରୁ ଅଧିକ ଫସଲ ଉତ୍ପାଦନ କରିପାରିବେ ।ଏଥିରେ ଗୋସେଇଁ ଗୁଲୁମୁଣ୍ଡା ଗିରିଧର ସାହୁ,କୁଜେନ୍ଦ୍ରୀ ଅନୁରାଗ ସେଠି,ରାମନାଗୁଡାରାଜସ୍ବ ନିରୀକ୍ଷକ ମମତା ରାଣୀ ଖଞ୍ଜା,,ଗୋଗୁ ପାଡୁ ରାଜସ୍ବ ନିରୀକ୍ଷକ ଗାମ୍ବାଳି ଗୌତମିଗରଣ୍ଡା ରାଜସ୍ବ ନିରୀକ୍ଷକ ଅରୁଣ କୁମାର ଦାସ,ସୁପର ଭାଇଜର ସିବାନନ୍ଦ ଦାସ,ସେକ୍ସନ ଅଫିସର ବିଶ୍ୱନାଥ ମଣ୍ଡଳଙ୍କ ଉପସ୍ଥିତିରେ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ସମସ୍ତ ରାଜସ୍ୱ ନିରୀକ୍ଷକଙ୍କ ସହିତ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ ।

ରିପୋର୍ଟ ରାକେଶ କୁମାର ବେହେରା