November 23, 2024
Share

*╭───────────────────╮*

*🌄ସକାଳର ଖବର, ୦୭-ଫେବୃଆରୀ-୨୦୨୩, ମଙ୍ଗଳବାର*

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଭାରତ, ଏ ନେଇ ଖୁବ୍‌ଶୀଘ୍ର ପଠାଯିବ ରିଲିଫ୍‌ ସାମଗ୍ରୀ, ପିଏମ୍‌ଓ ବୈଠକରେ ହେଲା ନିଷ୍ପତ୍ତି l

➡️୨-ବଢିବ ଦିନ ତାପମାତ୍ରା। ଫେବୃଆରୀରୁ କଲବଲ କରିବ ଖରା। ଏଥର ଓଡ଼ିଶାରେ ଫେବୃଆରୀ ମାସରେ ତାପମାତ୍ରା ସ୍ବାଭାବିକଠୁ 3 ରୁ 4 ଡିଗ୍ରୀ ରହିବ ଅଧିକ l

➡️୩-ଓଡ଼ିଶା କ୍ୟାଡ଼ରର ୬ଜଣ ପ୍ରୋବେସନାରୀ ଆଇଏଏସ୍ ଅଫିସରଙ୍କୁ ରାଜ୍ୟ ସରକାର ବିଭିନ୍ନ ତହସିଲରେ ତହସିଲଦାର ଭାବେ ଦେଲେ ନିଯୁକ୍ତି l

➡️୪-ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ଉଦଘାଟନ କରିବେ କେନ୍ଦୁଝର ସରକାରୀ ଭେଷଜ ମହାବିଦ୍ୟାଳୟ l

➡️୫-ଉପହାର ଆକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଏକ ଜର୍ସି l ଉପହାର ଦେଲେ ଆର୍ଜେଣ୍ଟିନାର ପେଟ୍ରୋଲିୟମ କମ୍ପାନି ୱାଇପିଏଫର ସଭାପତି ପାବଲୋ ଗୋଞ୍ଜାଲେଜ l

➡️୬-ଏଣିକି ଆଗକୁ ଟ୍ରେନ୍‌ ଯାତ୍ରୀମାନେ ଖୁବ୍‌ଶୀଘ୍ର ଏକ ହ୍ବାଟ୍ସଆପ୍‌ ନମ୍ବର ଜରିଆରେ ଖାଦ୍ୟ ପାଇଁ ଅର୍ଡର କରିପାରିବେ। ତେବେ ବର୍ତମାନ କେତେକ ନିର୍ଦ୍ଦିଷ୍ଟ ରୁଟ୍‌ରେ ହ୍ବାଟ୍ସଆପ୍‌ ନମ୍ବର +୯୧-୮୭୫୦୦୦୧୩୨୩ ଜରିଆରେ ଖାଦ୍ୟ ଯୋଗାଇ ଦେଉଛି।

➡️୭-ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁଠାରେ ସିନିୟର୍‍ ଡିଭିଜନ୍‍ ସିଭିଲ୍‍ ଜଜ୍‍ କୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ କଲେ ଉଦଘାଟିତ l

➡️୮-କୋଇଲା ରୟାଲିଟି ବାବଦରେ ଓଡ଼ିଶା ସରକାର ଗତ ୫ବର୍ଷ ମଧ୍ୟରେ ୧୦,୧୩୭କୋଟି ୬୫ଲକ୍ଷ ଟଙ୍କା ପାଇଛନ୍ତି । ଏ ନେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରାଜ୍ୟସଭାରେ ଦେଲେ ସୂଚନା l

➡️୯-କଳିଙ୍ଗ କନ୍ୟା କଳା ପରିଷଦ, ବାଣପୁର ପ୍ରଯୋଜିତ, ଭିକାରୀ ଚରଣ ପ୍ରଧାନଙ୍କ ରଚିତ, ପ୍ରମୋଦ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶିତ ଐତିହାସିକ ନାଟକ “କୋଣାର୍କ କହୁଛି କଥା” କୁ ମିଳିଲା ୩ଟି ଜାତୀୟ ପୁରସ୍କାର l

➡️୧୦-ହସ ଓ ରାଗ ବାଣ୍ଟି ଆସୁଥିବା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଉଚ୍ଚମାନର ଚିକିତ୍ସା ପାଇଁ ଆଜି ସକାଳ ୭ଟାରେ ବିମାନ ଯୋଗେ ଦିଲ୍ଲୀ ଯିବେ l

➡️୧୧-ଜାନୁଆରୀ ୧୫ରେ ନେପାଳର ପୋଖରାରେ ୟେତି ଏୟାରଲାଇନ୍ସ ରେ ହୋଇଥିବା ବିମାନ ଦୁର୍ଘଟଣା ଇଞ୍ଜିନରେ ସମସ୍ୟା ଯୋଗୁଁ ହୋଇଥିଲା, ଏ ନେଇ ଯାଞ୍ଚ କମିଟି କଲେ ଖୁଲାସା l

➡️୧୨-ପ୍ରଫେସର ରଞ୍ଜନ କୁମାର ବଳ ହେଲେ ଏଏସବିଏମ୍ ବିଶ୍ୱବିଦ୍ୟାଳୟର କୁଳପତିl

➡️୧୩-ଓଡ଼ିଶାରେ ଆରମ୍ଭ ହେଲା ଭେଇକିଲ୍ ସ୍କ୍ରାପିଂ । ଦେଶରେ ଏପ୍ରିଲରେ ଆରମ୍ଭ ହେବାକୁ ଥିବା ବେଳେ ଏବେଠୁ ପ୍ରକ୍ରିୟା ଆରମ୍ଭ କଲା ଓଡ଼ିଶା l କବାଡ଼ି ଖାନାକୁ ଯିବ ସବୁ ସରକାରୀ ସଂସ୍ଥାରେ ଥିବା ୧୫ ବର୍ଷର ପୁରୁଣା ଗାଡ଼ି । ମାର୍ଚ୍ଚ ୩୧ ସୁଦ୍ଧା ପୁରୁଣା ଗାଡ଼ିକୁ ସ୍କ୍ରାପିଙ୍ଗ୍ କରିବାକୁ ହେଲା ନିର୍ଦ୍ଦେଶ ।

➡️୧୪-ଟ୍ୱିଟର, ଆମାଜନ, ମାଇକ୍ରୋସଫ୍ଟ ପରେ ଛଟେଇ କରିବ ଡେଲ। ୬ ହଜାର ୬୫୦ କର୍ମଚାରୀଙ୍କୁ ଛଟେଇ କରିବ ଲାପଟପ୍ କମ୍ପାନୀ।

➡️୧୫-୧୧୦୦ କିଲୋମିଟରରୁ ଅଧିକ ପଦଯାତ୍ରା କରିବେ କୋରିଆ ଗଣରାଜ୍ୟର ୧୦୮ ବୌଦ୍ଧ ତୀର୍ଥଯାତ୍ରୀ l ଏ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିଭାଗର ସଚିବ ଅପୂର୍ବ ଚନ୍ଦ୍ର କଲେ ଘୋଷଣା l

➡️୧୬-ତୁର୍କୀ ଓ ସିରିଆରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୩୦୦କୁ ହେଲା ବୃଦ୍ଧି l

➡️୧୭-ଭାରତୀୟ ନୌସେନା ହାସଲ କଲା ଆଉ ଏକ ବଡ଼ ସଫଳତା। ଗତକାଲି ନୌସେନାର ସ୍ଵଦେଶୀ ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରାନ୍ତରେ ହାଲୁକା ଯୁଦ୍ଧ ବିମାନ ତେଜସକୁ ଅବତରଣ କରାଗଲା l

➡️୧୮-ଦିଲ୍ଲୀ ମେୟର ନିର୍ବାଚନ ପୁଣି ସ୍ଥଗିତ, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ଆପ୍‌ l

➡️୧୯-ଜାତୀୟ ଭଲିବଲ୍‌: ଇତିହାସ ରଚିଲେ ଓଡ଼ିଶା ମହିଳା ଦଳ l ଓଡ଼ିଶା ତାମିଲନାଡୁ ଭଳି ଦଳକୁ ଏକତରଫା ଭାବେ ହରାଇ ପ୍ରଥମ ଥର ପାଇଁ କ୍ବାର୍ଟରଫାଇନାଲ୍ ରେ ପହଞ୍ଚିଲା l

➡️୨୦-ଆଇପିଏଲ ଆଧାରରେ ବିସିସିଆଇ ମହିଳା ପ୍ରିମିୟର ଲିଗ ଅର୍ଥାତ୍ ଡବ୍ଲୁପିଏଲର ପ୍ରଥମ ସଂସ୍କରଣ ଚଳିତ ବର୍ଷ ଆୟୋଜନ କରାଯିବl

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଭାଲେଣ୍ଟାଇନ ସପ୍ତାହର ପ୍ରଥମ ଦିନ (ଗୋଲାପ ଦିବସ ) ll*

*🔅ଆଜିର ଦିନରେ ନାସା ମହାକାଶଚାରୀମାନେ ସ୍ପେସରେ ପ୍ରଥମେ ଚାଲିଥିଲେ ll*

          *ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

                *ll ଶୁଭ ସକାଳ,ସୁପ୍ରଭାତ ll*