September 30, 2024

ସମ୍ପଦର ସଦୁପଯୋଗ ହିଁ ଦୀର୍ଘସ୍ଥାୟୀତ୍ବର ମାଧ୍ୟମ : କୁଳପତି

Share

ସମ୍ପଦର ସଦୁପଯୋଗ ହିଁ ଦୀର୍ଘସ୍ଥାୟୀତ୍ବର ମାଧ୍ୟମ : କୁଳପତି

ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ “ବ୍ୟବସାୟୀକ ପ୍ରୟୋଗ ଓ ସ୍ଥାୟୀତ୍ବ” ବିଷୟରେ ୨ ଦିନିଆ (୧୪-୧୫ ଅକ୍ଟୋବର ୨୦୨୩) ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀର ଉଦ୍ଘାଟନୀ ସଭାରେ ନାଲକୋର ଅଧକ୍ଷ ତଥା ନିର୍ଦ୍ଦେଶକ ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି, ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସଭାପତି, ସ୍ନାତକୋତ୍ତର ବିଭାଗ ସମ୍ମୁହର ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ସମ୍ମାନନୀୟ ଅତିଥି ଓ ଆରିଜୋନା ଷ୍ଟେଟ୍ ବିଶ୍ଵବିଦ୍ୟାଳୟର ଡ଼ଃ. ଏନ୍. ଏମ୍. ଲିପ୍ସା ବକ୍ତା ରୂପେ ଯୋଗଦାନ କରିଥିଲେ। ସମ୍ମିଳନୀ ସଂଯୋଜକ ଶକ୍ତି ରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ଼ଃ ଚନ୍ଦ୍ରିକା ପ୍ରସାଦ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ଡ଼ଃ. ମହେଶ୍ବର ସେଠୀ ସମ୍ମିଳନୀ ଆୟଯୋକ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାତ୍ର ନିଜ ବକ୍ତବ୍ୟରେ ଶିକ୍ଷା ର ଗୁଣବତ୍ତା ବ୍ୟବସାୟିକ ପ୍ରତିଷ୍ଠାନର ସ୍ଥାୟିତ୍ଵ ରେ ଏକ ମୁଖ୍ୟ ସ୍ତମ୍ଭ ରୂପେ ଗୁରୁତ୍ୱାରୋପ କରିଥଲେ। ସେ କହିଥିଲେ ବ୍ୟବସାୟୀ ମାନଙ୍କୁ ସ୍ୱଳ୍ପ ମିଆଦୀ ଅପେକ୍ଷା ଦୀର୍ଘସ୍ଥାୟୀ ଲକ୍ଷ୍ୟ ଉପରେ ଧ୍ୟାନ ଦେବାକୁ ଆହ୍ଵାନ କରିଥିଲେ। ସେହିପରି କୁଳପତି ପ୍ରଫେସର ଦାଶ ଦୀର୍ଘସ୍ଥାୟୀତ୍ଵ ପାଇଁ ଯୁବ ପିଢ଼ିର ଭୂମିକା , ସମ୍ପଦର ସଦୁପଯୋଗ ଓ ସବୁଜ ମାନସିକତା ଅତ୍ୟନ୍ତ ଗୁରୁତ୍ୱପର୍ଣ୍ଣ ବୋଲି ଆଲୋକପାତ କରିଥିଲେ। ସଭାରେ ବିଭାଗର ସମ୍ବାଦପତ୍ର ଓ ସମ୍ମିଳନୀର ପୁସ୍ତକ କୁ ଉନ୍ମୋଚନ କରାଯାଇଥିଲା। ଏହାପରେ ଅଭିଜ୍ଞ ମାନଙ୍କ ଦ୍ଵାରା ଏକ ଆଲୋଚନା ସଭା କରାଯାଇଥିଲା, ଯେଉଁଥିରେ ଉତ୍କଳ ବିଶ୍ୱିଦ୍ୟାଳୟର ଡ଼ଃ ରବୀନ୍ଦ୍ର ସ୍ୱାଇଁ, ଋଷିଆରୁ ଭିକ୍ଟୋରିଆ ଭି., ରେଭେନ୍ସା ବିଶ୍ଵବବିଦ୍ୟାଳୟର ପ୍ରଫେସର ଟି. କେ. ପାଣି, ଗୋପାଳପୁର ବନ୍ଦରର ମ୍ୟାନେଜର ଶ୍ରୀ ବଳରାମ ବେହେରା ଏଵଂ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଡ଼ଃ ସାବତ କୁ. ଦିଗଲ ଆଦି ଯୋଗଦାନ୍ କରିଥିଲେ। ତତ୍ପରେ ସମ୍ମିଳନୀ ର ବିଷୟ ଉପରେ ତିନୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅନେକ ଗବେଷକ ନିଜର ଗବେଷଣା ପତ୍ର ପରିବେଷଣ କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଡ଼ଃ ସତ୍ୟବ୍ରତ ପାତ୍ର ବକ୍ତା ରୂପେ ଯୋଗଦାନ କରିଥିଲେ ଏବଂ ଉଦ୍ଘାଟନୀ ଦିବସର ସନ୍ଧ୍ୟାରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅକ୍ଟୋବର ୧୫ ତଥା ଉଦଯାପନୀ ଦିବସରେ ପ୍ରଫେସର୍ ପ୍ରକାଶ ଚ. ମିଶ୍ର ମୁଖ୍ୟ ଅତିଥି, ଆଇ. ଆର୍. ଇ. ଏଲ୍. ର ମ୍ୟାନେଜର ଶ୍ରୀ ରଞ୍ଜିତ କୁ. ପଣ୍ଡା ଓ ଦୁବାଇ ରୁ ଡ଼ଃ. ମାନସ କୁ. ମହାନନ୍ଦିଆ ବକ୍ତା ରୂପେ ଯୋଗଦାନ କରିଥିଲେ। ଶକ୍ତି ରଞ୍ଜନ ଦାସ ବିବରଣୀ ପାଠ କରିଥିଲା ବେଳେ ଡ଼ଃ. ଚନ୍ଦ୍ରିକା ପ୍ରସାଦ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭାର ଶେଷରେ ତିନୋଟି ଶ୍ରେଷ୍ଠ ଗବେଷଣା ପତ୍ରକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉଦଯାପନୀ ସଭାରେ ବିଭାଗର ପୁର୍ବତନ ପ୍ରଫେସର ଜଗନ୍ନାଥ ପଣ୍ଡା ଯୋଗଦାନ କରିଥିଲେ ଏବଂ ଏହି ସମ୍ମିଳନୀର ପ୍ରାୟୋଜକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମ୍ମିଳନୀକୁ ସମ୍ମିଳନୀର ଆୟୋଜକ ଡ଼ଃ. ମହେଶ୍ୱର ସେଠୀଙ୍କ ତତ୍ତ୍ୱାବଧାନରେ ଡ଼ଃ. ବି. ଭି. ରାଓ, ଶକ୍ତି ରଞ୍ଜନ ଦାସ, ଡ଼ଃ. ଚନ୍ଦ୍ରିକା ପ୍ରସାଦ ଦାଶ ଓ ଡ଼ଃ. ଜିନିତା ପଟ୍ଟନାୟକ ଆଦି ସମ୍ମିଳନୀର ପରିଚାଳନାରେ ସହଯୋଗ କରିଥିଲେ। ଏହି ସମ୍ମିଳନୀର ସଫଳତା ପାଇଁ ବାଣୀଜ୍ୟ ବିଭାଗଉଚ୍ଚ ପ୍ରଶଂସାର ଭାଜନ ହୋଇପାରିଛି।