September 29, 2024
Share

ଦୟାପଲ୍ଲୀରେ ମୋ ମାଟି ମୋ ଦେଶ

ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦୟାପଲ୍ଲୀ ଗ୍ରାମରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେପିର ପୂର୍ବତନ ଉପ ସଭାପତି ତଥା ସାଂସଦ ପ୍ରାର୍ଥୀନୀ ଅନିତା ସୁଭ ଦର୍ଶନି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶ କ୍ରମେ ଦେଶରେ ସହୀଦ ହୋଇଥିବା ଯବାନ ମାନଙ୍କ ଘରକୁ ଯାଇ ମାଟି ସଂଗ୍ରହ କରିଛନ୍ତି। ଏଥିସହ ଦୁର୍ବନ୍ଧ ଓ ଦୟାପଲ୍ଲୀ ଗ୍ରାମର ସବୁ ସାହି ପରିକ୍ରମା କରି ମାଟି ସଂଗ୍ରହ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର କୁମାର ମିଶ୍ର, ଜିଲ୍ଲା ଉପସଭାପତି ମାଧବ ଗୌଡ଼, ଜିଲ୍ଲା ପରିଷଦ ପ୍ରାର୍ଥୀନୀ ୟୁ.ବାସନ୍ତି, ମଣ୍ଡଳ ସଭାପତି ନାରାୟଣ ଦଳାଇ, ହରିବନ୍ଧୁ, ସାଧାରଣ ସମ୍ପାଦକ ଚିତ୍ରସେନ ମହାନ୍ତି, ଉପସଭାପତି ନାରାୟଣ ଚୌଧୁରୀ, କୃଷକ ମୋର୍ଚ୍ଚା ଗଜେନ୍ଦ୍ର ଚୌଧୁରୀ, କାପଲ ଚକ୍ରପାଣି (ବୁଡୁ), କାପେୟା କେଶବ, କାପଲ ଆଦିକନ୍ଦ, ଏନ୍ ରାଜେନ୍ଦ୍ର, କାପେୟା ଚକ୍ରପାଣି,ଡି ରାଜେନ୍ଦ୍ର, ଡି.ରମେଶ , ଜଗନ୍ନାଥ ମହାରଣା, କେ.ମଧୁଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ହିଞ୍ଜିଳି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ