September 29, 2024

ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥିତ ଏମକେସିଜି ଦୃଷ୍ଟିହୀନ, ବଧିର ଓ ମାନସିକ ଦିବ୍ୟାଙ୍ଗ ବିଦ୍ୟାଳୟ ପରିସରରେ ତାଲୁକ ଆଇନ୍ ସେବା କମିଟ ତରଫରୁ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ଦିବସ ପାଳିତ

Share

ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥିତ ଏମକେସିଜି ଦୃଷ୍ଟିହୀନ, ବଧିର ଓ ମାନସିକ ଦିବ୍ୟାଙ୍ଗ ବିଦ୍ୟାଳୟ ପରିସରରେ ତାଲୁକ ଆଇନ୍ ସେବା କମିଟ ତରଫରୁ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ଦିବସ ପାଳିତ ——- ସ୍ଥାନୀୟ ଦିବ୍ୟାଙ୍ଗ ବିଦ୍ୟାଳୟରେ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ସପ୍ତାହ ଦିବସ ଅବସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମ୍ପାଦକ ଦଣ୍ଡାସି ସାହୁ ସଭାପତିତ୍ଵ କରିଥିବା ବେଳେ ତାଲୁକ ଆଇନ୍ ସେବା କମିଟି ଅଧ୍ୟକ୍ଷ ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ମାନ୍ୟବର ଶୁଭଜିତ୍ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ମୋହନା ଓକିଲ ସଂଘ ଉପସଭାପତି ମୁଖ୍ୟ ବକ୍ତା ଭାବେ ଦିବସ ବିଷୟରେ ବୁଝାଇଥିବା ବେଳେ ବରିଷ୍ଠ ଓକିଲ ସୁଦର୍ଶନ ସାହୁ, ସନ୍ତୋଷ ପାତ୍ର, ସହ ସମ୍ପାଦକ ସୁଶାନ୍ତ କୁମାର ମଲ୍ଲିକ, ଏପିପି ବୈଦ୍ୟନାଥ ସିଂ ଙ୍କ ସମେତ ସ୍ଥାନୀୟ ଆଇନଯିବି ମାନେ ଏହି ଦିବସ ସମ୍ପର୍କରେ ଉପସ୍ଥିତ ଥିବା ଅତିଥି ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ। ବିଚାରପତି ମାନ୍ୟବର ଶୁଭଜିତ୍ ବେହେରା ମାନସିକ ସ୍ୱାସ୍ଥ୍ୟ ଓ ଯତ୍ନ ଆଇନ ୨୦୧୭ ର ଦିଗ ଓ ଉଦ୍ଦେଶ୍ଯ ଉପରେ ବୁଝାଇବା ସହ ମାନସିକ ରୋଗରେ ପୀଡିତ ବ୍ୟକ୍ତି ମାନଙ୍କୁ ସ୍ନେହ, ଶ୍ରଦ୍ଧା ଓ ସହଯୋଗ ଦ୍ଵାରା ବହୁ ଲୋକଙ୍କର ମାନସିକ ସ୍ବାସ୍ଥ୍ୟ ଫେରି ପାରିବ ବୋଲି ବିଶ୍ବାସ ପ୍ରକଟ କରିଥିଲେ I ଓକିଲ ସଂଘ ସମ୍ପାଦକ ପଦ୍ମନାଭ ପତିଙ୍କ ସମେତ ସ୍ଥାନୀୟ ଆଇନଯିବି ମାନେ ସହଯୋଗ କରିଥିଲେ। ଆସୁକବି ମଧୁସୂଦନ ନାୟକ କବିତା ଆକାରରେ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ସହ ପାଣି ବୋତଲ ମୁଖ୍ୟ ଅତିଥି ବଣ୍ଟନ କରିଥିଲେ।